STORYMIRROR

Poulastya Saha

Romance

2  

Poulastya Saha

Romance

ପ୍ରେମ ର ରଙ୍ଗ

ପ୍ରେମ ର ରଙ୍ଗ

1 min
212

ପ୍ରେମ ତ ନୁହଁଇ କାଚର ଆଇନା

ଛୁଇଁ ଦେଲେ ଭାଙ୍ଗି ଯିବ,

ପ୍ରେମ ତ ଅଟଇ ଅକ୍ଷୟ ଅମର

ଚିରଦିନ ରହିଥିବ

କେବେକେବେ ପୁଣି ଶୁଷ୍କ ପ୍ରାଣ ମଧ୍ଯେ

ଖେଳାଏ ନବ ପୁଲକ,

କେତେବେଳେ ପୁଣି ନବ ଯୌବନ ରେ

ଦେଖାଏ ନବ ଆଲୋକ

କେତେବେଳେ ପୁଣି ନାନା ଉନ୍ମାଦନା

ଭରିଦେଇ ଯାଏ ମନେ,

ନାନା ଜାତି ପୁଷ୍ପ ଫୁଟି ଉଠି ଥାଏ

ଏ ମନର ଉପବନେ

ପ୍ରେମ ତ ଶାଶ୍ବତ, ପ୍ରେମ ଚିରନ୍ତନ

ଧନ୍ଯ ପ୍ରେମ ର ଆଲୋକ,

ଇନ୍ଦ୍ରଧନୁ ରଙ୍ଗ ଫିକା ପଡ଼ି ଯିବ

ପ୍ରେମ ର ରଙ୍ଗ ଅନେକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance