STORYMIRROR

Pustam Juadi

Romance

3  

Pustam Juadi

Romance

ପ୍ରେମ ଜ୍ୱର

ପ୍ରେମ ଜ୍ୱର

1 min
241


ରୁଟିନ ବନ୍ଧା ଜୀବନରୁ

ପାଦ କାଢି ଆସ ଥରେ

ଏବେ ପରା

ଭୂତେଇଛି ବର୍ଷାକୁ, ବିଜୁଳିକୁ

ଅମାନିଆ ପବନକୁ

ଉଡେନବାଜ୍ ମନକୁ ।

ମୋ ଘରସାରା ବର୍ଷା

ଝରକା ସେପାଖେ ବର୍ଷା

ଦେହ ସାରା ବର୍ଷା

ଆସ, ମତଲବର ଗହଣା ଥୋଇ

ଭିଜିବା ଗୋଟାପଣେ

ତନୁମନ ଏକା କରି ।

ତିନ୍ତିବାକୁ କିଆଁ ଡର ଯେ

ହେଉପଛେ ପ୍ରେମ ଜ୍ୱର

ନ ଯାଅ, ନ ଯାଅ ସଖି

ମୋ ଠାରୁ ତୁମେ ଆଉ ଦୂର ।

--------------------------------



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance