STORYMIRROR

Pustam Juadi

Classics

4  

Pustam Juadi

Classics

ସମ୍ପର୍କ:ନିରବତାର

ସମ୍ପର୍କ:ନିରବତାର

1 min
343


ସମ୍ପର୍କର ଏବେ ଚାଲ ଶୁନଶାନ୍ ରାଜରାସ୍ତାରେ

ଯାତ୍ରାଟିଏ ଆରମ୍ଭିବା 

ଭଙ୍ଗା ସମ୍ପର୍କମାନଙ୍କୁ ଓଗାଳିଦେଇ

ଚାରିକଡ଼ ନିରବତାର ପାଚେରୀ ଡେଇଁ

ନିର୍ଜନ ପ୍ରହରେ 

ଭବିଷ୍ୟତ ମାନଙ୍କୁ ହେଙ୍ଗରରେ ଝୁଲେଇ ।


ଏଇ ଦେଖ 

କେତେ ରକ୍ତର ନକ୍ସା ଆଙ୍କି

ଘୁମେଇ ଯାଇଛନ୍ତି ପବିତ୍ର,ଅପବିତ୍ର ସମ୍ପର୍କ

ମୁହଁ ମାଡି ପଡିଛନ୍ତି କେତେ 

ବେଳାଭୂମିର ଅସମ୍ପୂର୍ଣ୍ଣ ଢେଉ !

ଚେତାଶୂନ୍ୟ ମନ,

ଚଞ୍ଚଳ ତନୁରେ ବି ଦମ୍ ନାହିଁ

ବୀର୍ଯ୍ୟର କ୍ଷଣିକତାରେ 

ସୁପ୍ତ ଅଙ୍ଗ, ଫିକା ସବୁ ରଙ୍ଗ ।


ଫୁଲର ସ୍ଵୟମ୍ବରକୁ ଭଅଁରକୁ ମନା

ନଦୀକୁ ସମୁଦ୍ର ମନା

ମହମିଳନର ଦ୍ୱାରେ ଆଜି

ଅବିଶ୍ୱାସର କବାଟ କିଲା !

ପାଞ୍ଚ ମହାଭୂତକୁ ମନ୍ଦିର, ମସଜିଦ 

ଗୀର୍ଜା ମନା !

ଆତରୁସ୍'ରେ ଚାହୁଁଥିବା ଓଠକୁ

ବନ୍ଦ ପାପୁଲିର ଇସାରା ।


ଆଉ ପାଦେ ଆଗକୁ ବଢ,ଦେଖିବ

ଈଶ୍ୱରମାନଙ୍କ ସାଙ୍ଗମେଳି

ଦୁଇ ପାଦ ପଛକୁ ଘୁଞ୍ଚ

ଦେଖିବ କଞ୍ଚା ରକ୍ତର କୋଳାକୋଳି ।


କିଛି କ୍ଷଣ ଥୟ ଧର କର

ମିଳନର ପାର୍ବଣ ଋତୁରେ ପହଞ୍ଚିବା,

ଲୋଭ,ଈର୍ଷାର ଦାମ୍ଭିକତା ଖତମ୍

ଶୂନ୍ୟ ଶୂନ୍ୟ ମହାଶୂନ୍ୟ,

ମୁଁ ବି ତୁମର ନୁହଁ

ତୁମେ ବି,

ଛାଇ ଆଉ ଧରାଦେବନି କାହାକୁ

ସମାନ ସବୁ ସମାନ

ନିରବତା ଖାଲି ନିରବତା

ବାଜୁଥିବ ଯାହା 

ସମୟର ଟିକ୍ ଟିକ୍ ସେକେଣ୍ଡ କଣ୍ଟା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics