STORYMIRROR

Panchanan Jena

Romance Inspirational

4  

Panchanan Jena

Romance Inspirational

ପ୍ରେମ-ଇନ୍ଧନ

ପ୍ରେମ-ଇନ୍ଧନ

1 min
275


ପ୍ରେମ ଦେହକୁ ଦେଖି ଉଇଁଲେ

ଦେହ ଦେହଳୀକୁ ଛୁଇଁଲେ

ବୋଲାଯାଏ ବିରାଡିଆ


ପୁଣି ପ୍ରେମ  ବ୍ୟକ୍ତିକୁ ଦେଖି ଆରମ୍ଭିଲେ

ଧନ ଦଉଲତ ଶୁଙ୍ଘିଦେଲେ

ଦିଶୁଥାଏ ବିକଳିଆ


ପ୍ରେମ ବରଂ ବ୍ୟକ୍ତିତ୍ଵକୁ ନେଇ

 ବ୍ୟବହାରକୁ ନେଇ ହେଲେ

ସ୍ଵର୍ଗୀୟ ସୁଷମାରେ ଭରା

ପୁରଦିଆ ଛେନା କାକରା ।


ପ୍ରେମ ଆଖିକୁ ଦେଖି ଲଟେଇଲେ

ଇଶାରାରେ କାହାଣୀ ରଚିଲେ

ବୋଲାଯାଏ ମାଇଚିଆ


ପୁଣି ପ୍ରେମ ପଛକୁ ଦେଖି ଲାଳେଇଲେ

ନିତମ୍ବ ଦୋଳନରେ ଛାଇଗଲେ

ଭବିଷ୍ୟବାଣୀ ମାଇପ ସୋଆଗିଆ


ପ୍ରେମ ବରଂ ପ୍ରତିଷ୍ଠାକୁ ନେଇ

ପରାକାଷ୍ଠାକୁ ନେଇ ହେଲେ

ଅମୂଲ୍ୟ ଅତୁଲ୍ୟ ପ୍ରେରଣା ବାରି

ତୃଷ୍ଣା ନିବାରଣେ ମିଳଇ ହରି ।


ପ୍ରେମ ପତ୍ରାଳାପରେ ସୁବାସିଲେ

ଚାଟିଙ୍ଗ୍ ସପିଙ୍ଗ୍ ରେ ଛୁଙ୍କିଲେ

ବୋଲାଯାଏ ପରକୀୟା


ପ୍ରେମ ପୁଣି ମୋବାଇଲରେ ଡେଇଁଲେ

ଲୁଚେଇ ଛପେଇ ଉଡି ବୁଲିଲେ

ଗନ୍ଧୁଥାଏ ବିଦେଶିଆ


ପ୍ରେମ ବରଂ ଆଳାପ ସଂଳାପକୁ ନେଇ

 ଆଦାନପ୍ରଦାନକୁ ନେଇ ହେଲେ

ମହାର୍ଘ୍ୟ ମହୌଷଧୀ ଛୁମନ୍ତର

ଜୀବନ ଯମୁନାରେ ଭଜାଣୀ ଧାର ।


ପ୍ରେମ ମଧ୍ୟସ୍ଥ ମାଧ୍ୟମରେ ଫୁଟିଲେ

ପୋଖରୀ ହୁଡ଼ାରେ ଭେଟହେଲେ

ବୋଲାଯାଏ ଅଳ୍ପଦିନିଆ


ପ୍ରେମ ପୁଣି ଗୀତସଂଗୀତରେ ମୁରୁକେଇଲେ

କବିକବିତାରେ ମୁକୁଲିଗଲେ

ବାସୁଥାଏ ହୁତୁହୁତିଆ


ପ୍ରେମ ବରଂ ହୃଦଆତ୍ମାରେ ଗଜୁରିଲେ

ବଳିଷ୍ଠ ବ୍ୟକ୍ତିତ୍ଵରେ ଚେଇଁଲେ

ଭରଣା ସାତ ଜନ୍ମର ବନ୍ଧନ 

ଯୋଗାଣ ଯୁବା ସୁଲଭ ଇନ୍ଧନ ।


ପ୍ରେମ ମନେ ମନେ ଭାବିଦେଲେ

ସ୍ୱପ୍ନ ଇଲାକାରେ ଭେଟହେଲେ

ବୋଲାଯାଏ ଏକପାଖିଆ


ପ୍ରେମ ପରା ଭେଟ ଭାଟରୁ କଅଁଲେଇଲେ

ବିରହ ନିଆଁରେ ସେକିହେଲେ

କୁହାଯାଏ ପତ୍ରଝଡିଆ


ପ୍ରେମ ବରଂ ଉତ୍ତମ ବୁଝାମଣାକୁ ନେଇ

ପରମ୍ପରା ଚୌହଦୀରେ ଗୁରୁମି ହେଲେ

ତୁଳସି ଚନ୍ଦନ ବାସି ଚହଟିବ

ମନରେ ମାନରେ ଖୁସି ଲଟକିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance