STORYMIRROR

Jeevan Jyoti Sahoo

Romance

3  

Jeevan Jyoti Sahoo

Romance

ପ୍ରେମ ଭାବନା

ପ୍ରେମ ଭାବନା

1 min
245

ତୁମେ ମୋ ଶବ୍ଦର ଭାବନା ପରି

ମୋ କବିତାରେ ଝରିଯାଅ

ତୁମେ ମୋ ମୁନର ସିହାଇ ହୋଇ 

ମୋ କଲମରେ ବୋହିଯାଅ ।।


ତୁମ ପ୍ରେମକୁ ବିଚ୍ଛୁରିତ କରି 

ମୋ ହୃଦେ ପ୍ରଭାବିତ ହୁଅ

ମନ ଭାବନାକୁ ଏକତ୍ର କରି

ପ୍ରେମର ସଞ୍ଚାର କରାଅ।।


ମୋ କବିତାରେ ସୁର ଭରି ଦେଇ

ମଧୁର ସଙ୍ଗୀତ କରାଅ

ମୋର ଏଇ ବେସୁରା ଜୀବନକୁ

ସଙ୍ଗୀତରେ ସଜାଡି ଦିଅ।।


ଶ୍ରାବଣର ସେ ବର୍ଷା ବିନ୍ଦୁ ହୋଇ

ହୃଦ ମରୁରେ ବର୍ଷି ଯାଅ

ଚଇତି ଫଗୁଣର ଫଗୁ ହୋଇ

ମୋ ମନକୁ ରଙ୍ଗେଇ ଦିଅ।।


ସୁନୀଳ ଆକାଶ ବିହଙ୍ଗ ହୋଇ

ଏ ଶରୀରେ ବିହଙ୍ଗି ଯାଅ

ଉଦୀତ ସୂର୍ଯ୍ୟର କିରଣ ହୋଇ

ପ୍ରେମର ଆଭାକୁ ବଢ଼ାଅ।।


ସୁଶୀତଳ ପ୍ରାଣର ଛାୟା ହୋଇ

ମନ ପ୍ରାଙ୍ଗଣେ ଝରି ଯାଅ

ଲାବଣ୍ୟ ସୁଧାକର ଜ୍ୟୋତ୍ସ୍ନା ହୋଇ

ପ୍ରୀତିର ସୁଧା ଢାଳୁଥାଅ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance