STORYMIRROR

Jeevan Jyoti Sahoo

Others

3  

Jeevan Jyoti Sahoo

Others

ଚାନ୍ଦିନୀ ରାତି

ଚାନ୍ଦିନୀ ରାତି

1 min
375

ଚାନ୍ଦିନୀ ରାତି

ଝରୁଥାଏ ରୂପାର ଏକ ଶୁଭ୍ର କିରଣ

ଶୁନ୍ ଶାନ୍ ରାତି

ଶୁଭୁଥାଏ ରାତ୍ରିଚରର ଗୁଞ୍ଜନ

ଦୂରରୁ ଶୁଭେ ପକ୍ଷୀ ଦମ୍ପତି ଗାନ

ନିର୍ଜନ ରାତି

ମିଞ୍ଜି ମିଞ୍ଜି ତାରାରେ ପୁଲକିତ ଗଗନ

ଚଇତି ରାତି

ଅଧିର ହୁଏ ମନ, ପ୍ରାଣ, ଜୀବନ

ନିସ୍ତବ୍ଧ ରାତି

କ୍ଷୀଣ ଆଲୁଅରେ ଜୁଳୁଜୁଳୁ ପୋକ କରେ ମନ ଆକର୍ଷଣ

ପୂର୍ଣ୍ଣିମା ରାତି

ଶୋଭା ବଢ଼ାଏ କଳା ବୃଖା ପିନ୍ଧିଥିବା ଦୂର ଉପବନ

ରୂପେଲି ରାତି

ବିରହ ରାଗିଣୀ ତାନ ଉଚ୍ଛନ୍ନ ହୁଏ ଏ ମନ

ଚଇତି ଚାନ୍ଦିନୀ ରାତି

ସରସୀ ରେ କୁମୁଦିନୀ ପ୍ରେମେ ମଗନ

ପୂର୍ଣ ଚନ୍ଦ୍ରମାର ରାତି

ମଧୁମୟ ଲାଗେ ଶଶୀ ର ଚୁମ୍ବନ

ସୁଧାକର ରାତି

ତାର ଶୁଭ୍ର ଜ୍ୟୋତି କରେ ହୃଦୟେ ଆନ୍ଦୋଳନ

ଇନ୍ଦୁର ରାତି

ତା ସୌନ୍ଦର୍ଯ୍ୟରେ ବୁଡି ରହି ଦେଖଇ ସପନ

ଜୋଛନାର ରାତି

ଶୀତଳ ଲାବଣ୍ୟ ରେ ପ୍ରେମମୟ ଏ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍