STORYMIRROR

Jeevan Jyoti Sahoo

Romance

3  

Jeevan Jyoti Sahoo

Romance

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
508

ନଥାଏ ଭେଦ ଅଭେଦ ଓ ପର ଆପଣା

କୋଉଠି ବର୍ଷି ଯାଏ ନାହିଁ ଠିକଣା। ।୧।

ସର୍ବତ୍ର ହସି ଖେଳି ବରଷି ଯାଏ

ସଭିଙ୍କ ମୁହଁରେ ହସ ଖେଳାଏ। ।୨।


ସୁନ୍ଦର ଧରଣୀ ଆଜି ତୁମ ଆଗମନେ

ସବୁଜ ନିର୍ମଳ ଦିଶେ ନାନା ଉପବନେ। । ୩।

ବର୍ଷାର ସ୍ପର୍ଶ ପାଇ ଆନନ୍ଦ ଏ ଧରା

ମେଘ ଟିକେ ପାଇ ହସେ ଦୁନିଆ ସାରା। ।୪।


ବର୍ଷାର ନାହିଁ ଏକ ସ୍ଥିର ଲଗନ

କେବେ ଆସି ଭିଜେଇ ଦିଏ ଏ ତନୁ ମନ। ।୫।

କଳା ମେଘ ଦେଖି ଯେହ୍ନେ ମୟୂର ନାଚଇ

ହେମାଳ ପବନେ ମନ ତୁମକୁ ଖୋଜଇ। ।୬।


ଟପ୍ ଟପ୍ ଶବ୍ଦ ସହ ଶୁଭେ ବର୍ଷା ସ୍ୱର

ଗଗନେ ଖେଳେ ଘଡ଼ ଘଡି ବିଜୁଳି ଲହର। ।୭।

ତୁମର ଜଳ ବିନ୍ଦୁ ଦେହେ ଛୁଇଁ ଗଲା

ଶରୀରେ ପ୍ରେମର ଶିହରଣ ଖେଳିଲା। ।୮।


ମନରେ ଉଠଇ ପ୍ରୀତିର ରଙ୍ଗ 

ହୃଦୟେ ଖେଳିଯାଏ ପ୍ରେମ ତରଙ୍ଗ। ।୯।

ଖୋଜୁଥାଏ ମନ ପ୍ରିୟା ତୁମ ପରଶ

ଆକାଶକୁ ଦେଖି ମନେ ଭରେ ହରଷ। ୧୦।


ଶୀତଳ ମୃଦୁର ମଳୟେ ହଜି ଯାଏ ମନ

ହୃଦୟ କରେ ଆଜି ତୁମ ସ୍ମୃତି କୁ ବରଣ। ।୧୧। 

କେବେ ବର୍ଷିବ ତୁମେ ମୋ ହୃଦୟ ମରୁରେ

ନା ରହିଯିବ ସବୁ ସ୍ମୃତି ସେଇ ବର୍ଷା ଝରରେ। ।୧୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance