ପ୍ରଭାତ ଅଞ୍ଜଳି
ପ୍ରଭାତ ଅଞ୍ଜଳି
ଯାହାକୁ ଯେତିକି ଭଲ ପାଇଥିବା
ଭୁଲିଯାଏ ନିଜ କଥା
ପ୍ରତାରଣା ଦିଏ ସବୁଠୁ ଅଧିକ
ଦେଇଯାଏ ଖାଲି ବ୍ୟଥା।
ଉଡିଯାଏ ପକ୍ଷୀ ଡେଣା ଝାଡି ଦେଇ
ନୀଡ଼ ପଡି ରହେ ଏକା
ରହୁଥିବା ଯାଏ ଭଲ ଥାଏ ବସା
ନ ରହିଲେ ପଡେ ଫିକା।
ସବୁ ଇଚ୍ଛା ଯଦି ପୂରଣ ହୁଅନ୍ତା
ମଣିଷ କ'ଣ କରନ୍ତା
ଜାଣି ଘୋଡ଼ା ଶିରେ ଶିଙ୍ଘ ଦେଇନାହିଁ
ସର୍ବଜ୍ଞ ବିଶ୍ଵ ନିଅନ୍ତା।
ଶେଷ ଇଚ୍ଛା ହୁଏ ସବୁ ପ୍ରାଣୀଙ୍କର
ପାଇବାକୁ ଟିକେ ଶାନ୍ତି
ଜୀବନ କାଳରେ କର୍ମ ଅନୁସାରେ
ସଭିଏଁ ପାଇ ଯାଆନ୍ତି।
ଆହେ ଦୟାମୟ ପ୍ରଭୁ ଦୀନନାଥ
ସହାୟକ ଜଗତର
ଶେଷ ଇଚ୍ଛା କା'ର ନରହୁ ଅପୂର୍ଣ୍ଣ
ଏତିକି ପ୍ରାର୍ଥନା ମୋର।
