Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smitarani Barik

Classics

3  

Smitarani Barik

Classics

ଫୁଲ ବୋଉଳ ବେଣୀ

ଫୁଲ ବୋଉଳ ବେଣୀ

1 min
173



କୁଆଁର ପୁନେଇ ଜହ୍ନ ଗୋ

ଫୁଲ ବଉଳ ବେଣୀ

କୁମାର କାର୍ତ୍ତିକ ଜନମ ହୋଇଲେ

କୁଆଁ କୁଆଁ ରାବ ଦେଇ ଗୋ 

ଫୁଲ ବଉଳବେଣୀ।

ଚନ୍ଦ୍ରମା ଦେହରେ ଷୋଳକଳା ଗୁଣ

ନବ ଯଉବନ ଠାଣି ଗୋ

ଫୁଲ ବଉଳବେଣୀ।

ଷୋଳକଳା ଧାରୀ ଦିନକ ପାଇଁ ସେ

କୁଆଁରୀ ପୂଜନ୍ତି ପୁଣି ଗୋ

ଫୁଲ ବଉଳବେଣୀ।

ଜହ୍ନିଫୁଲ କୋଠି ରଙ୍ଗଣୀ ଫୁଲରେ

ସଜାହୁଏ ବୃନ୍ଦାରାଣୀ ଗୋ

ଫୁଲ ବଉଳବେଣୀ।

ଖଇ, କ୍ଷୀର ଦେଇ ଚାନ୍ଦ ତିଆରିଣ

ଚାନ୍ଦ ପୂଜଇ ତରୁଣୀ ଗୋ

ଫୁଲ ବଉଳବେଣୀ।

କାର୍ତ୍ତିକେୟ ପରି ବର ଲଭିବାକୁ

ମନେ ମନେ ହୁଏ ଗୁଣି ଗୋ

ଫୁଲ ବଉଳବେଣୀ।

ଶରଦ ପୁନେଇଁ ଜହ୍ନୁ ଶୁଭୁଅଛି

ପରମ୍ପରାର ରାଗିଣୀ ଗୋ

ଫୁଲ ବଉଳବେଣୀ।

ଓଡ଼ିଆ ପରବ କେଣେ ଦେଖାନାହିଁ

ଏକଥା ଥିବଟି ଜାଣି ଗୋ

ଫୁଲ ବଉଳବେଣୀ।

ପାଶ୍ଚାତ୍ୟ ସଂସ୍କୃତି ପାଶ୍ଚାତ୍ୟ ସଭ୍ୟତା

କଲାଣି ଆଣ୍ଠୁଏ ପାଣି ଗୋ

ଫୁଲ ବଉଳବେଣୀ।

ସଂସ୍କୃତି ନଭୁଲ ମା'ଭଉଣୀଏ

ପ୍ରସଂଶା ଲଭିବ ପୁଣି ଗୋ

ଫୁଲ ବଉଳବେଣୀ ।


Rate this content
Log in

Similar oriya poem from Classics