Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆଉ ଏଣିକିରେ ମନ

ଆଉ ଏଣିକିରେ ମନ

1 min
6.9K


ଆଉ ଏଣିକିରେ ମନ ଭୁଲୁ କାହିଁକି ?

ଉଡ଼ୁଛି କାଳ ଛଞ୍ଚାଣ ମନେ କାହିଁକି ?

ଅଇରି ତୋ କଳ ପଣା ଛେଦିପକା ବେନି ଡ଼େଣା

ଶୂନ୍ୟରେ ବାଜୁଛି ବୀଣା ଶୁଣା ନାହିଁକି ?

ହାଟରେ ପାଞ୍ଚ ପାଇକ ହେଉଛନ୍ତି ଡ଼ାକ‌ହାକ

ହାଟ ସରିଲେ ବଣିକ ଆଉ ଥାଇ କି ?

ସୁନା ପଞ୍ଜରୀରେ ଶୁଆ ଦିନା କେତେ ନୂଆ ନୂଆ

ଉଡ଼ିଗଲେ ଶାରୀ ଶୁଆ ଧରା ପାଇ କି?

ଭ୍ରୂଲତା ମଧ୍ୟରେ ଅନା ତ୍ରିକୂଟେ ଉଡ଼ୁଛି ବାନା

ହଜିଲେ ପରମ ସୁନା ଆଉ ପାଇକି ? ।୧୦।

ଓକାର ମଧ୍ୟରେ ଦେଖ ଓଲଟି ରହିଛି ହଂସ

କ‌ହେ ଜଗନ୍ନାଥ ଦାସ ଅନୁସରି କି?


Rate this content
Log in