Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଦାନ-ପ୍ରତିଦାନ

ଦାନ-ପ୍ରତିଦାନ

1 min
6.7K


ରୋମାଣ୍ଟିକ କବି ମାୟାଧର ମାନସିଂହ


ଆଭରଣ ଅଙ୍ଗୁ କାଢ଼ି ଗୁଞ୍ଜି ଦେଇ ହାତେ

ଦିନେକ କହିଲା ପ୍ରିୟା ଦରିଦ୍ର ପ୍ରଭାତେ

" ଏ ସ୍ୱର୍ଣ୍ଣ ଭୂଷଣ ମୋର ତବ ଦୁଃଖ ନାଶେ

କିଞ୍ଚିତରେ ଲାଗିଥାଉ " ।- ନାରୀର ସେ ଭାଷେ,

ପ୍ରିୟାର ସେ ଅନୁରୋଧ ନମିତ ନୟନେ,

ଚାପଳାର ଆଶଙ୍କିତ ନୀରବ କଙ୍କଣେ,

ମୋ ପୁରୁଷ-ଅହଙ୍କାର ଦ୍ରବିଲା କ୍ଷଣକେ,

ଅସମ୍ଭାଳେ ତାହାରେ ମୁଁ ଧରିଲି ଏ ବକ୍ଷେ ।

ସହସା ନୟନୁ ମୋର ଉଷ୍ଣ ନୀର ଝରି

ତିନ୍ତାଇଲା ପ୍ରିୟା-ଗଣ୍ଡ ; ବିମୁଗ୍ଧା ସୁନ୍ଦରୀ

ସମ୍ଭାଳି ନ ପାରି ସ୍ନେହ,ବକ୍ଷେ ମୋର ଥରି

ବିଳପିଲା କାରୁଣ୍ୟରେ ।ଦୃଢ଼େ ତାରେ ଧରି

ପୋଛିଲି ତା' ଅଶ୍ରୁରେଖା,- କହିଲା ସେ ତହୁଁ,

' ପ୍ରତିଦାନ ଦେଲ ଯେ ଗୋ, ମୋ' ଦାନ ନ ନେଉ ' ।


ସମାପ୍ତ


Rate this content
Log in