STORYMIRROR

Jayaprakash Choudhury

Inspirational

3  

Jayaprakash Choudhury

Inspirational

ଫନି

ଫନି

1 min
168

ଥିଲା ଏକ ପ୍ରୟାସ...

ଅନ୍ଧାରକୁ ଦେଖି ନଥିବା ପିଲାମାନଙ୍କୁ ଅନ୍ଧାର ସହ ପରିଚିତ କରାଇବା ପାଇଁ,

ରାତିରେ ତାରା ଭର୍ତ୍ତି ଆକାଶକୁ ଦେଖେଇବା ପାଇଁ,

ଜେଜେବାପା,ଜେଜେମାଙ୍କ ଠାରୁ ଗପ ଶୁଣେଇବା ପାଇଁ,

ଆଗାମୀ ପିଢ଼ିକୁ ପ୍ରକୃତି ସହ ପରିଚିତ କରାଇବା ପାଇଁ,

ତଥା ସେମାନଙ୍କ ସହନଶକ୍ତିକୁ ବଢାଇବା ପାଇଁ।


ଅଥବା !! , ଏକ ଶକ୍ତ ପ୍ରହାର !

ମୁଁ, ଟଙ୍କା ବଳରେ ସବୁ କିଣିପାରେର

ଅହଂକାର ଉପରେ,

ଭୌତିକ ସୁଖର ଲାଳଚାରେ 

ଲହ,ଲହ ହୋଇ ବଢୁଥିବା ଜିହ୍ଵା ଉପରେ,

ନା, ନିଜ ଐଶ୍ଚର୍ଯ୍ୟକୁ ନେଇ ଥିବା

ଗର୍ବ ଉପରେ! !


ଆଜି ମୁଁ କେବେ ଦେଖିନଥିବା

ପଡୋଶୀ ମାନଙ୍କୁ ଭେଟୁଥିଲି,

ସୋସିଆଲ ମିଡିଆରେ ନୁହେଁ

ଆମ୍ନା-ସାମ୍ନି କଥାହେଉଥିଲି,

ଘରେ ସମସ୍ତେ ଏକାଠି ଖାଉଥିଲୁ,

ଘଣ୍ଟା-ଘଣ୍ଟା ସାୱ।ର ଖୋଲି ଠିଆ ହେଉଥିବା

ଫୁଲେଇ ଝିଅଟି, ବିନ୍ଦୁଏ ଜଳ ବଞ୍ଚାଇବା ପାଇଁ 

ପ୍ରଚେଷ୍ଟା କରୁଥିଲା,

ସାଧାରଣ ଦିନଚର୍ଯ୍ୟା ପାଇଁ

ସମସ୍ତେ ଥିଲେ ସଂଘର୍ଷରତ,

ଧନୀ,ଗରିବ ର

ଫରକ୍ ନଥିଲା।


ଆଜି ପୁଣି ବିଞ୍ଚଣା ଖୋଜିଲା ବେଳେ

ସୁରେଇରୁ ପାଣି ପିଇଲା ବେଳେ,

ଲଣ୍ଠନ ର ବିକ୍ରି ଦେଖିଲାବେଳେ,

ହଜିଯାଇଥିବା ପିଲାଦିନ

ଆଖି ସାମ୍ନାରେ ଭାସୁ ଆସୁଥିଲା। 

ଖରାଦିନ ଛୁଟିର ମାମୁଁ ଘର ଗାଁ

ମନେ ପଡିଯାଉଥିଲା,

ଆମ୍ବ'ତୋଟାରୁ, ସତେକି

କୁହୂତାନ ଶୁଭୁଥିଲା।


କାଲିପରି,୯୯' ମହାବାତ୍ୟା ର

ଘଟଣା ଲାଗୁଥିଲା,

ସେଥର ବି ଉଠି ଠିଆ ହୋଇଥିଲୁ

ଏଥର ବି ଠିଆହେବୁ,

ସାରା ବିଶ୍ଵ ର ସହଯୋଗ କାଲି ବି ଥିଲା

ଆଜି ବି ରହିବ,

ଜୀବନଯାତ୍ରା ଧୀରେ ଧୀରେ

ସ୍ଵାଭାବିକ ହେବ,

ପୁଣି ଥରେ ଫେରିଯିବୁ 

ଇଲେକ୍ଟ୍ରୋନିକ ଦୁନିଆର

ବନ୍ଦୀ ଗୃହକୁ,

କିଛି କ୍ଷତି ତଥାପି 

ଅପୁରଣୀୟ ରହିବ,

'ଫନି' ପାଇଁ ଏଇ କିଛିଦିନ

ଅବିସ୍ମରଣୀୟ ହୋଇ ରହିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Jayaprakash Choudhury

ଫନି

ଫନି

1 min ପଢ଼ନ୍ତୁ

Similar oriya poem from Inspirational