ବାସ୍ତବିକ
ବାସ୍ତବିକ
ମୁଁ ଥିଲି ପାଦଚଲା
ସେ ଥିଲା ସ୍କୁଟିବାଲି
ସହରିଆ ଝିଅ ସିଏ
ମୁଁ ଟୋକା ଗାଉଁଲି ।
ମୁଁ ଥିଲି ସାଧାସିଧା
ସେ ଥିଲା ଷ୍ଟାଇଲିଶ
ମୋ ପାଟିରେ ଓଡ଼ିଆ
ତା ତୁଣ୍ଡେ ଖାଲି ଇଂଲିଶ ।
ମୁଁ ଥିଲି ଲାଜକୁରା
ସେ ଥିଲା ପୁରା ଓପନ
ହାତରେ ମୋ ନୋକିଆ
ପାଖେ ତା ସ୍ମାର୍ଟ ଫୋନ ।
ମୁଁ ଥିଲି ସୁନୁପାମ୍ପୁଡି
ସେ ଥିଲା ଚକଲେଟ
ସକାଳୁ ପଖାଳ ମୋର
ଖାଏ ସେ ଆମଲେଟ ।
