ପାଠ ପଢିବା
ପାଠ ପଢିବା
ପାଠ ପଢି ଆମେ ସୁଦୃଢ ହେବା
ପ୍ରଗତି ପଥରେ ଆମେ ବଢିବା
ଭଲ ମନ୍ଦ ର ଯେ ପାର୍ଥକ୍ୟ ଜାଣି
ନୂଆ କରି ଆମେ ଦେଶ ଗଢିବା ||
ପାଠ ପଢି ଆମେ ବିନୟ ହେବା
ସଫଳତା ର ଯେ ସିଡ଼ି ଚଢିବା
ଦିନ ଦୁଃଖୀ ଙ୍କ ର ସାହାଯ୍ୟ କରି
ଆନନ୍ଦ ମନରେ ଗୀତ ଗାଇବା ||
ପାଠ ପଢି ଆମେ ବିଜ୍ଞାନୀ ହେବା
ନୂଆ ଆବିଷ୍କାର ଉଦ୍ଭାବନ କରିବା
ସମାଜ କଲ୍ୟାଣେ ସମୟ ଦେଇ
ନିଜଠି ନିଜକୁ ଖୋଜି ପାଇବା ||
ପାଠ ପଢି ବଡ ମଣିଷ ହେବା
ଦେଶ ଜାତିରଯେ ନାଁ ରଖିବା
ଅଜ୍ଞାନକୁ ଆମେ ଦୁରେଇ ଦେଇ
ଜ୍ଞାନ ରୂପକଯେ ବୀଜ ପୋତିବା ||
