STORYMIRROR

Maheswar sahoo

Classics

3  

Maheswar sahoo

Classics

ପାଗଳ ତୁ କରିଦେଲୁ

ପାଗଳ ତୁ କରିଦେଲୁ

1 min
451

ସୁନ୍ଦରୀ ତରୁଣୀ ଗୋରୀ ସିଏ,

ଚାହାଣି ହୃଦୟ ହାଣି ଦିଏ,

ହସି ଦେଲେ ସିଏ,

ମଣି ମୁକ୍ତା ଝରେ,

ପରି ରାଇଜର ରାଣୀ ସିଏ


ରୂପରେ କିଏ ତା ହେବ ସରି,

ହସିଲେ ମୋ ଛାତି ଯାଏ ଚିରି,

କଜ୍ଜ୍ୱଳ ନୟନୀ,

ଚନ୍ଦ୍ରମା ବଦନୀ,

ମନେ ପଡେ ସିଏ ମୋର ଭାରି


ପ୍ରଥମ ପ୍ରେମ ଯେ ସିଏ ମୋର,

ସମ୍ମାନ କରେ ମୁଁ ଭାରି ତାର,

ଚୁମ୍ବନ ଆଗ୍ରହ,

ଆଲିଙ୍ଗନ ଲୋଡ଼ା,

ବୁଝି ପାରେ ନାହିଁ ମନ ମୋର


ହସି ଦେଇ ସିଏ ଚାଲି ଯାଏ,

ତା ବାଟକୁ ସଦା ଚାହିଁ ଥାଏ,

କାମ ଧନ୍ଦା ଛାଡି,

ପାଠ ପଢା ଛାଡି,

ତା ରୂପକୁ ମନେ ଭାବୁଥାଏ


ବନ୍ଧୁତା ଦିବସ ଆସିଗଲା,

ମୋ ମନରେ ଖୁସି ଭରିଗଲା,

ଉପହାର କିଣି,

ଦେଲି ତାକୁ ନେଇ,

ଗେହ୍ଲେଇ ଗେହ୍ଲେଇ ହସୁଥିଲା


ଲୁଚେଇ ପଇସା ଘରୁ ନିଏ,

ଚକୋଲେଟ କିଣି ଦେଇଥାଏ,

ମୋ ମନରେ ସଦା,

ମୋର ପ୍ରିୟତମା,

ପାଗଳ ପରି ମୁଁ ଭଲ ପାଏ


ମୋ ପରୀକ୍ଷା ଦିନ ଆସିଗଲା,

ପରୀକ୍ଷା ଖରାପ ହୋଇଗଲା,

ଗୁରୁଜୀଙ୍କ ଗାଳି,

ବାପା ମାଆ ଗାଳି,

ପ୍ରିୟା ଗଧ କହି ହସିଦେଲା


ମନ ଦୁଃଖେ ମୁହିଁ ବସିଥିଲି,

ପ୍ରିୟା କଥା ମୁହିଁ ଭାବୁଥିଲି,

ଜଗି ରହିଥିଲି,

ପ୍ରିୟା ମୋ ଆସିବ,

ଉପହାର ପାଖେ ରଖିଥିଲି


ବିଳମ୍ବ ଆସିଲା ପ୍ରିୟା ମୋର,

ସାଥିରେ ଥିଲା କେ ସାଙ୍ଗ ତାର,

ଉପହାର ଦେଖି,

ସାଙ୍ଗ ତା ବିଗିଡି,

ଜୋତାରେ ପିଟିଲା ଗାଲେ ମୋର


ପ୍ରିୟା ପୁଅ ସାଙ୍ଗ ଭାରି ରାଗି,

କହିଛି ଥିବ ସେ ମୋତେ ଜଗି,

ବାହାରକୁ ଗଲେ,

ଗୋଡେଇ ପିଟିବ,

ପାଗଳ ହୋଇ ମୁଁ ରହି ଯିବି


ସତରେ କେତେ ମୁଁ ଭୁଲ କଲି,

ପାଠ ସାଠ ମୋର ଗଲା ଚୁଲି,

ପ୍ରିୟା ପୁଅ ସାଙ୍ଗ,

ପ୍ରିୟା ପାଇଁ ପ୍ରେମ,

ପାଗଳ ସେ ମୋତେ କଲା ଖାଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics