STORYMIRROR

Rojalin Mishra

Inspirational

4  

Rojalin Mishra

Inspirational

ନିଶା ସେବନନାଶ ଜୀବନ

ନିଶା ସେବନନାଶ ଜୀବନ

1 min
23.5K


ଯୁଗ ଜାଣି ଯେ ଖାଦ୍ୟର ପ୍ରଭାବ

ମଣିଷକୁ କରେ ଅଧମ, ଉତ୍ତମ।।

କଳି ଯୁଗେ ପ୍ରବଳ ନିଶା ସେବନ,

ହିଂସା ଗୁଣ ବଢ଼େ ଦିିନ କୁ ଦିନ।।

ଜିହ୍ୱ। ଲାଳସାରେ ପଡ଼ି 

ନିଶା ସେବନରେ ହୁଡ଼ି,

କୁଟୁମ୍ଵ ସହିତ ନିିଜକୁ ଦୁଃଖରେ ପକାନ୍ତିି

ଭବିଷ୍ୟତ ଚିିନ୍ତା ଛାଡ଼ି।।

ମନରେ ଭାବନ୍ତି ନିିଶାକୁୁ ଖାଇବା

ତିଳେ ମାତ୍ର ତ୍ରୁଟି ନୁହେଁ,

ଏହି ହୀନଜନ ବୁଦ୍ଧିବଣା ହୋଇ

ଦୁଃଖ କଷଣରେ ଅକାଳ ମରଣ ସହେ।।

ପରିବାରେ କଳି,ସମାଜେ ବିିିବାଦ

ନିଶାଶକ୍ତ ବ୍ୟକ୍ତିର ମୂୂୂଳ କାରଣ,

ନିନ୍ଦା,ଅପମାନ,ତାଡ଼ନା ସେ ସହି

ଅକାରଣେ ଯାଏ ତା ଦୁର୍ଲଭ ଜୀବନ।।

ତ୍ରେତୟା ଯୁୁୁଗରେ ଯେ ଖିରୀ,ଖେଚୁୁଡ଼଼ି

ଦ୍ଵାପର ଯୁଗରେ ଘିି' ର ବେଳ,

କଳି ଯୁଗରେ ଯେ ନିିଶାର ପ୍ର।ଧାନ୍ୟ

ମଣିଷକୁ କଲା ହୀନ ବୁଦ୍ଧିବଳ ।।

ଜୀବନଟା ନୁହେଁ ନିଶାର ଆୟସ

ମଦ,ବିିିଡ଼଼ି,ସିଗାରେଟ୍,ଭାଙ୍ଗ ଓ

ତମାଖୁକୁ ସାଥେ ଧରି,

ଏପରି ଜୀବନ ବିତାଏ ଯିଏ

ତା ଜୀବନେ ଅଛି

ଦୁଃଖ ଯନ୍ତ୍ରଣା ଯେ ପୁରି।।

ଆଖି ଥାଇ କାଇ ସାଜୁଛ ଅନ୍ଧ

ବିବେକ ରୂପୀ ଦୃୃଷ୍ଟିରେ ଦେଖ,

ଭଲ ମନ୍ଦ ନିିିଜେ ବିଚାର କରିଣ

ସଭ୍ୟ ମଣିଷଟେ ହେବାକୁ ଶିଖ।।

ବେଳଥାଉ ନିଜେ ହୁଅ ହୁସିିଆର

ନିଶା ସେବନକୁ ପରିିିତ୍ୟାଗ କର,

ଆୟୁଷ ହାନିରୁ ଯେ ମୁୁକ୍ତି ଲଭିବ

ପୁଣି ନାନା ରୋଗ ଯେ ହୋଇବ ଦୂର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational