STORYMIRROR

Kanha Dianbagha

Romance

2  

Kanha Dianbagha

Romance

ନିରୀହ ଚାହାଣି ତାର

ନିରୀହ ଚାହାଣି ତାର

1 min
97

ନିରୀହ ଚାହାଣି ତାର

         ଚାହେଁ ମତେ ଯେତେ ଥର

ପାଗଳ ଏ ମନ ମୋର 

         କହେ ଖାଲି ହେବ ତାର......

ରଖିଚି ଆଖିରେ ତାକୁ 

         ସବୁବେଳେ ଦେଖିବାକୁ

କହୁଥାଏ ମୋ ଆଖିକୁ

          ତାକୁ ପାଖେ ରଖିବାକୁ......

ଦେଖୁଚି ନିତି ସପନ

          ରାତି ରାତି ଦିନ ଦିନ

ଯେତେ ମୁଁ ଦେଖେ ସପନ

           ବଢୁଥାଏ ମୋ ସ୍ପନ୍ଦନ.......

କହେ ମତେ ମନ ମୋର

           କେବେ ସିଏ ହବ ମୋର

ମନ ମୋ ରଜ ନଅର

           ମନରେ ସେ ରାଣୀ ମୋର.......

ନିରୀହ ଚାହାଣି ତାର

          ଚାହେଁ ମତେ ଯେତେ ଥର

ପାଗଳ ଏ ମନ ମୋର 

          କହେ ଖାଲି ହେବ ତାର..... ।..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance