STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ନୀଳାଚଳନାଥ କାଳିଆ ସାଆନ୍ତ

ନୀଳାଚଳନାଥ କାଳିଆ ସାଆନ୍ତ

1 min
190


ନୀଳାଚଳନାଥ କାଳିଆ ସାଆନ୍ତ

ବିଶ୍ଵ ବ୍ରହ୍ମାଣ୍ଡରେ ତୁମେ ଦୟାବନ୍ତ ଯେ,

କର୍ଣ୍ଣ ଡେରି ଶୁଣ ପ୍ରାଣୀଙ୍କ ଆରତ

କଲ୍ୟାଣେ ସବୁରି ରୁହ ଅବିରତ ଯେ।


ସର୍ଜନା କରିଛ ବିରାଟ ସଂସାର

ତୁମରି ଆଶ୍ରାରେ ଏ ସଚରାଚର ଯେ ,

କରୁଣା କରି ତୁମେ କରୁଣାକର,

ତୁମେ ଜଗନ୍ନାଥ ଜଗତ ଠାକୁର ଯେ।


ଭକତର ଭାବେ ତୁମେ ଭାବଗ୍ରାହୀ

ଆଶିଷ ପ୍ରଦାନେ ନିଅ ମନ ମୋହି ଯେ,

ତୁମ ବାହୁଛାୟା ତଳେ ଥିଲେ ରହି

ମହା ମହା ବିପତ୍ତିରୁ ମିଳେ ତ୍ରାହି ଯେ।


ତୁମେ ନିରାକାର ପ୍ରଭୁ ପରଂବ୍ରହ୍ମ

ଆକାରରେ ପୁଣି ରୂପ ଅନୁପମ ଯେ,

ଜୀବ ଜୀବନ ତୁମେ ମହାମହିମ

ତୁମ ଆଦି ଅନ୍ତ ଭୁବନେ ଅସୀମ ଯେ।


ତୁମ ବେଶ ତୁମ ଯଶ ଅସରନ୍ତି

କୋଟି କୋଟି ସୂର୍ଯ୍ୟ ପ୍ରଭା ରୂପକାନ୍ତି ଯେ,

ଜ୍ଞାନର ଆଲୋକ ଦେଇ କର ଶାନ୍ତି 

ମାୟାରୁ ମିଳେ ମୁକ୍ତି ତୁମକୁ ଚିନ୍ତି ଯେ।


ଦୁଷ୍ଟ ରିପୁ ନାଶି ସାଧୁ ସନ୍ଥ ପାଳ

ଧର୍ମ ରଖି ସଦା କରୁଛ ମଙ୍ଗଳ ଯେ,

ଇଙ୍ଗିତେ ତୁମର ଚାଲେ ଭୂମଣ୍ଡଳ

ତୁମେ ସର୍ବ ବ୍ୟାପୀ ଅଛ ଜଳ ସ୍ଥଳ ଯେ।


ଚାରି ଯୁଗେ ନେଇ ଦଶ ଅବତାର

ଦୂର କରିଅଛ ଅବନୀର ଭାର ଯେ,

କଳିରେ ଦାରୁବ୍ରହ୍ମ ରୂପ ତୁମର

ଚକା ଆଖି ମେଲି ଦେଖୁଛ ସଂସାର ଯେ।


କାଳିଆ ସାଆନ୍ତ ନୀଳାଚଳନାଥ

ଡାକୁଛି ତୁମକୁ ହୋଇ ମୁଁ ଅନାଥ ଯେ,

ଅଜ୍ଞାନ ଅନ୍ଧକାରେ ଦେଖାଅ ପଥ

ପୂର୍ଣ୍ଣ କରିବାକୁ ମୋର ମନୋରଥ ଯେ।


    

















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract