STORYMIRROR

Sukadeva Panda

Inspirational

3  

Sukadeva Panda

Inspirational

ନିଦାଘର କୃଷ୍ଣଚୁଡା

ନିଦାଘର କୃଷ୍ଣଚୁଡା

1 min
217

ନିଦାଘର ଦାରୁଣ ସମୟ ବୈଶାଖ ଓ ଜୈଷ୍ଠ

କିନ୍ତୁ କୃଷ୍ଣଚୁଡା ସଜାଇ ହୋଇଛି ନାଲିଟହ ଟହ ବେଶ

ବାସ୍ନା ନଥିଲେ ବି ସେ ନିଦାଘର ର ପୁଷ୍ପ ଶ୍ରେଷ୍ଠ।


ରକ୍ତିମ ବର୍ଣ୍ଣର ଆଭା କିଣି ନିଏ ମନ,

ସତେ ଅବା ସୂର୍ଯ୍ୟ ଦେବ ଢାଳି ଦେଲେ ଅଜସ୍ର କିରଣ

କୃଷ୍ଣ ଚୁଡା କିଏ ଦେଲା ନାମ ଅଭିଶପ୍ତ ଜୀବନ,ମନ୍ଦିରେ ଲାଗେ ନାହିଁ ନା ଯାନିଯାତ୍ରା ରେ,

ହେଲେ ମନ ମୋହି ନିଏ ପଥିକ ର, ରାସ୍ତା ଦୁଇ ପାର୍ଶ୍ବରେ ସଜାଇ ହୋଇ ତୋରଣ ।


ହେ କୃଷ୍ଣ ଚୁଡା

ଆନନ୍ଦରେ ପିଇଯାଅ ସୂର୍ଯ୍ୟଙ୍କ କିରଣ

ଯେପରି ମହାଦେବଙ୍କ ହଳାହଳ ଧାରଣ

ବୃକ୍ଷଶ୍ରେଷ୍ଠ, ଗ୍ରାମଦେବତୀଙ୍କ ଓଢଣୀ ସାଜି

ତପେବୋଧେ ରହିଛ ନିମଗ୍ନ, ସିଖାଉଛ ଧରଣୀ କୁ ସହିବାର ଧର୍ଯ୍ୟ ଓ ତପରେ ନିମଗ୍ନ ।


ଡହ ଡହ ବୈଶାଖ ତାତିରେ ଖିଲି ଖିଲି ହସ

ବିଦ୍ରୁପ କରୁନାହିଁ ତ ନିଦାଘ କୁ,

ସୁବର୍ଣ୍ଣ ନିଆଁ ରେ ଝଟକିଲା ପରି

ଝଟକୁଛ ତୁମେ କବିର କଳ୍ପନାରେ

ନା ଦେଖାଣିଆ ହସରେ।


ହେ କୃଷ୍ଣ ଚୁଡା

ଏହି ମୋର ନିବେଦନ ବିତାଅନି ଅଭିଶପ୍ତ ଜୀବନ

କୃଷ୍ଣ ଙ୍କୁ କର ଆବାହନ , ଶୋଭା ପାଅ ଚୁଡାରେ ତାଙ୍କର 

ଭରି ଉଠୁ ବାସ୍ନା ତବ ଦେହେ ଜୀବନ ହେଉ ଧନ୍ୟ 

ଏହି ମୋର ନିବେଦନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational