STORYMIRROR

Sukadeva Panda

Children Stories Children

3  

Sukadeva Panda

Children Stories Children

ମୋ ପିଲାଦିନ ରୁ

ମୋ ପିଲାଦିନ ରୁ

2 mins
186

ମୋର ଜନ୍ମଭୂଇଁ ବନାମ କର୍ମଭୂଇଁ

ଶ୍ରୀଯୁକ୍ତ ଶୁକଦେବ ପଣ୍ଡା 

ମୋର ଜନ୍ମ ଭୂଇଁ ଯେଉଁଠି ଜନ୍ମ ହେଲି ଓ ବଡ ହେଲି 

ତାର ତିଳ ତଣ୍ଡୁଳ ଖାଇ ବାତ୍ସଲ୍ୟ ମମତା ପାଇଲି 

ସେଠାରେ ଖରା ବର୍ଷା ଶୀତ କାକରର ମୋ ପାଇଁ ଫରକ ନାହିଁ ।

ମୋର କର୍ମଭୂଇଁ ଯେଉଁଠି ମୁଁ କର୍ମ କରେ ପେଟ ଚାଖଣ୍ଡକ ପାଇଁ 

ଦିନ ରାତି ଖଟି ଖଟି ନିହାଲ ଓ ବେହାଲ ହୋଇ 

କେତେବେଳେ ପ୍ରାଣ ବାୟୁ ଚାଲିଯାଇପାରେ ଅଂଶୁଘାତ କି ଉକ୍ତ ରକ୍ତଚାପ ହୋଇ ।


ମୋର ଜନ୍ମ ଭୂଇଁ ରେ ଘୁରିବୁଲୁଥିଲି ବାପା ମା , ଅଜା ଆଇ ଓ କକା ଖୁଡି ଙ୍କର 

ଆଦରର ବୃତ୍ତର କେନ୍ଦ୍ରବିନ୍ଦୁ କୁ ଟାଣି ହୋଇ 

ମୋର କର୍ମଭୂଇଁ ରେ ଘିରି ଘିରି ଘୁରିବୁଲେ 

କେନ୍ଦ୍ରବିନ୍ଦୁ ହେଡ ଅଫିସ ର ମେସେଜର ରିପୋର୍ଟ ରିଟନ ପାଇଁ ।


ମୋର ଜନ୍ମ ଭୂଇଁ ରେ ନଦୀନାଳ , ଗଡିଆ ପୋଖରୀ ରେ ଗାଧୋଇ 

ଓ ମାଛ ମାରି ଦିନ ବାରଟାରେ ଫେରୁଥିଲି ନାଲି ଆଖି ହୋଇ 

ମୋର କର୍ମ ଭୂଇଁ ରେ ଅଫିସ ଅଫିସ ଦୌଡ଼ି ଦୌଡ଼ି ରାତିରେ ନିଦ ନାହିଁ 

ପ୍ରଶ୍ନ ଗୁଡିକର ରାତି ବାରଟା ସୁଦ୍ଧା ଉତ୍ତର ଦେଇ ଦେଇ ।


ମୋର ଜନ୍ମ ଭୂଇଁ ମୋ ପାଇଁ ଥିଲା ଚରା ଭୂଇଁ 

ବୁଲି ବୁଲି ସାଙ୍ଗ ମେଳେ କ୍ରିକେଟ କବାଡି ଫୁଟବଳ ଓ କେଲି ଖେଳିବା ପାଇଁ 

ମୋର ଜନ୍ମ ଭୂଇଁ ରେ ଦିନ ଯାକ ଖାଲି କାମ ସମୟ ବିତି ଯାଏ 

ଅଫିସ କୋଠରୀରେ ସାଥି କର୍ମଚାରୀ ମାନଙ୍କ ସଙ୍ଗେ ଛକା ପଞ୍ଜା ହୋଇ ।


ମୋର ଜନ୍ମଭୂଇଁ ଥିଲା ମୋ ପାଇଁ ସ୍ୱର୍ଗ ପିତାମାତାଙ୍କର ସ୍ନେହ ଭରା ତାଗିତ 

ଓ ଅଜା ଆଈଙ୍କର ଭରପୁର ଆଶୀର୍ବାଦ 

ମୋ କର୍ମ ଭୂଇଁ ମୋ ପାଇଁ କର୍ମ କ୍ଷେତ୍ର ପେଟ ପାଇଁ ପ୍ରଶଂସା ବଦଳରେ 

ଖାଲି ଅଫିସର ତାଗିତ ଯେତେ କାମ କଲେବି ଗଣିବାକୁ ହୁଏ ପ୍ରମାଦ ।


ମୋର ଜନ୍ମ ଭୂଇଁ ଥିଲା ଯାନିଯାତ୍ରା ଓ ପର୍ବ ପର୍ବାଣି ର 

ଭରପୁର ସୁଆଦିଆ ଆଶ୍ଵାଦନ

ମୋର କର୍ମ ଭୂଇଁ ରେ କିନ୍ତୁ ସିନ୍ଦୁର ଫାଟୁ ଫାଟୁ ଚିନ୍ତା ଟାର୍ଗେଟ ପାଇଁ 

ଅଫ ଲାଇନ ଓ ଅନଲାଇନ ମିଟିଂ ଆୟୋଜନ ।


ମୋର ଜନ୍ମ ଭୂମିରେ ଇଷ୍ଟ ଦେବୀଙ୍କ ପାଖକୁ ଯାଇ ନତମସ୍ତକ 

ହୋଇ ଗୁହାରି ଜଣାଇବା ପାଇଁ ଏବେ ସମୟ ନାହିଁ  

ମୋ କର୍ମ ଭୁଇଁର ଇଷ୍ଟଦେବ ଅଫିସର ପାଖକୁ ଯିବାର ଠିକଣା ଅଛି 

କିନ୍ତୁ ଭେଟି କାମ ସାରି ଫେରିବାର ନିର୍ଦିଷ୍ଟ ସମୟ ନାହିଁ ।

  

ମୋର ଜନ୍ମ ଭୂଇଁ ର ପିଣ୍ଡାରେ ବସି ତାସ ଖେଳୁଥିବା ମୋର ସେଇ 

ପୁରୁଣା ସାଥୀଙ୍କ ସହ ସମ୍ପର୍କ ନାହିଁ 

ମୁଁ ବାପା ମା ଙ୍କୁ ଦେଖିବାକୁ ଗଲେ ମୁଣ୍ଡ ତଳକୁ କରି ଘରକୁ ଯାଇ 

ଅଧଘଣ୍ଟା ମଧ୍ୟରେ ଫେରିବା ଛଡା ଆଉ ବିକଳ୍ପ ନାହିଁ ।


ସେ ଯାହାବି ହେଉ ଜନ୍ମ ଭୂଇଁ ଓ କର୍ମ ଭୂଇଁ ର ତୁଳନା କରିବି ନାହିଁ 

ଜନ୍ମ ଭୁଇଁର ସ୍ନେହ ଆଦର ଓ କର୍ମ ଭୂଇଁ ର ସମ୍ମାନ ଓ ଅପମାନକୁ 

ଫେଣ୍ଟ ଫେଣ୍ଟି କରି ଜୁସ ବନାଇ ପିଇବା ଛଡା ଆଜିର ଦୁନିଆରେ ଆଉ ଅନ୍ୟ ଗତି ନାହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍