STORYMIRROR

Sukadeva Panda

Others

4  

Sukadeva Panda

Others

ଗ୍ରୀଷ୍ମଙ୍କୁ ନିବେଦନଶ୍ରୀଯୁକ୍ତ ଶୁକଦେବ ପଣ୍ଡା

ଗ୍ରୀଷ୍ମଙ୍କୁ ନିବେଦନଶ୍ରୀଯୁକ୍ତ ଶୁକଦେବ ପଣ୍ଡା

1 min
11


ହେ ଗ୍ରୀଷ୍ମ

କରୁଛି ପ୍ରାର୍ଥନା ,ବିନତୀ ଘେନ

ଜୀବଜଗତର ଡହଳ ବିକଳ

ଆନ୍ଦୋଲି ଦେଉଛି କି ତୁମ୍ଭରି ମନ ।


ସର୍ଜନା କରିଛ ବିଭିନ୍ନ ବର୍ଣ୍ଣ

କୃଷ୍ଣ ଚୁଡ଼ାର ଯେ ଲୋହିତ ବର୍ଣ୍ଣ

ସଜାଇ ହୋଇଛି ସତେ ତୋରଣ ।


ରାଧା ଚୁଡା ପିନ୍ଧି ପିତ ବସନ

ଆନନ୍ଦରେ ପିଏ ତବ କିରଣ ।


ମଲ୍ଲୀଫୁଲ ର ଯେ ଧବଳ ବର୍ଣ୍ଣ

ବାସ୍ନା ତାର ଦିଏ ନୂଆ ଜୀବନ ।


କରିବାକୁ ଇନ୍ଦ୍ରଦେବଙ୍କୁ ଆବାହନ

କରିଛ କି ସତେ ଏତେ ଯତନ ।


ଜୀବେ ଦୟା କର ହେ ସୂର୍ଯ୍ୟ ଦେବ

ମଣିଷର ତ ଯନ୍ତ୍ର ସ୍ୱଭାବ

କଳ କାରଖାନା ପ୍ରାସାଦ ଗଢି

ତାପ ଦେଉଅଛି ଦ୍ଵିଗୁଣକରି ।


ଜାଣେ ପରା ଏହା ବିଧି ବିଧାନ

ଗ୍ରୀଷ୍ମ ନଥିଲେ ବର୍ଷାର କି ସ୍ଥାନ ।

ତୁମ୍ଭ ତାପ ଅଟେ କଲ୍ୟାଣକାରୀ

ତା ପ୍ରଭାବେ ଭବେ ବରଷେ ବାରି ।


ମିନତୀ ଘେନ

ଇନ୍ଦ୍ର ଦେବଙ୍କୁ କର ଆବାହନ ।


କରୁପଛେ ମେଘ ଘୋର ଗର୍ଜନ

ଝରଣା ସବଦେ କୁରୁଳୁ ମନ ।


ପୋଖରୀର ଜଳ ଉଛୁଳି ଉଠୁ

ଦୂର୍ଦୁର ରାବରେ ହେଉ ପଛେ ମୋର ବଧିରା କର୍ଣ୍ଣ


ଚାରିଆଡେ ହେଉ ସବୁଜ ବର୍ଣ୍ଣ

ଭରିଉଠୁ ଜୀବେ ନୂଆ ଜୀବନ


ହେ ଗ୍ରୀଷ୍ମ……………

ମିନତୀ ଘେନ ଅତିଷ୍ଠ ହେଲାଣି ଆମ୍ଭ ଜୀବନ

ଇନ୍ଦ୍ର ଦେବଙ୍କୁ କର ଆବାହନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍