Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadeva Panda

Others

4.0  

Sukadeva Panda

Others

ଦିଅ ପ୍ରଭୁ ଦିବ୍ୟ ଦରଶନ

ଦିଅ ପ୍ରଭୁ ଦିବ୍ୟ ଦରଶନ

1 min
140



ନନ୍ଦିଘୋଷେ ବଡ଼ଦାଣ୍ଡେ ଭକତଙ୍କ ମେଳେ

ସୁନ୍ଦର ଦିଶିବେ ପ୍ରଭୁ ଯେନ ପଦ୍ମ ପୋଖରୀରେ ।


ପୂର୍ବ ଜନ୍ମ ପୁଣ୍ୟମୋର ହୋଇବ ସାର୍ଥକ ଦର୍ଶନ କରିବି ପ୍ରଭୁ ଶ୍ରୀ ଜଗନ୍ନାଥ ।


ଦିନବେଳା ବଡ଼ଦାଣ୍ଡେ ପ୍ରସାଦ ଭକ୍ଷଣ

ସାର୍ଥକ କରିବି ମୋର ତୁଚ୍ଛ ଏ ଜୀବନ ।


ସଂନ୍ଧ୍ୟାବେଳେ ନୀଳଚକ୍ର ଝଟକ ବାନାକୁ ଚାହିଁ ଚାହିଁ ବିତାଇବି ରାତ୍ର ଯାକ ତାକୁ ।


ମୋର ମନବାଞ୍ଛା ଆଜି ହୋଇବ ପୁରଣ

ଚକା ଆଖ୍ ଦେଖ୍ ନେତ୍ର ହେବ ଦିବ୍ୟ ଚକ୍ଷୁ ଜାଣ ।


ନିର୍ମାଲ୍ୟ କୈବଲ୍ୟ ତୁଣ୍ଡେ ଲାଗୁ ଲାଗୁ ମୋର ପୁର୍ନଜନ୍ମରୁ ପାଇବି ପ୍ରଭୁ ହେ ନିସ୍ତାର ।


ତୁମ୍ଭ ଅଙ୍ଗେ ଲୀନ ହୋଇ ପାଇ ଚିର ଶାନ୍ତି ଲୋଡ଼ା ମୋର କିଛି ନାହିଁ ଏତିକି ବିନତି ।


ବଡ଼ଦାଣ୍ଡ ଧୂଳି ମୁଣ୍ଡେ ଲଗାଇ ଯତନେ ପରମ ଶାନ୍ତି ଲଭିବି ଭଜି ତୁମ୍ଭ ନାମ ।


ନଶ୍ବର ଶରୀର ମୋର ବଢ଼ି ପାପ ଭାର ବଡ଼ଦାଣ୍ଡେ ହରିଦେବି ଚରଣେ ତୁମ୍ଭର ।


ଦିଅ ପ୍ରଭୁ ଅଧମକୁ ଦିବ୍ୟ ଦରଶନ ନକରି କପଟ ପ୍ରଭୁ ରଖ ନିବେଦନ ।




Rate this content
Log in