STORYMIRROR

Sukadeva Panda

Others

4  

Sukadeva Panda

Others

ନିଦାଘର କୃଷ୍ଣଚଚୂଡା

ନିଦାଘର କୃଷ୍ଣଚଚୂଡା

1 min
195


ନିଦାଘର ଦାରୁଣ ସମୟ ବୈଶାଖ ଓ ଜୈଷ୍ଠ,

କିନ୍ତୁ କୃଷ୍ଣଚୂଡା ସଜେଇ ହୋଇଛି ନାଲି ଟହଟହ ବେଶ ।

ବାସ୍ନା ନଥିଲେ ବି ସେ ନିଦା ଘର ପୁଷ୍ପ ଶ୍ରେଷ୍ଠ ।


ରକ୍ତିମ ବର୍ଣ୍ଣର ଆଭା କିଣି ନିଏ ମନ ,

ସତେ ଅବା ସୂର୍ଯ୍ୟ ଦେବ ଢାଳି ଦେଲେ ଅଜସ୍ର କିରଣ ।

କୃଷ୍ଣଚୂଡା କିଏ ଦେଲା ନାମ ଅଭିଶପ୍ତ ଜୀବନ, ମନ୍ଦିରେ ଲାଗେନାହିଁ ନା ଯାନିଯାତ୍ରାରେ,

ହେଲେ ମନ ମୋହି ନିଏ ପଥିକର , ରାସ୍ତାର ଦୁଇ ପାର୍ଶ୍ୱରେ ସଜେଇ ହୋଇ ତୋରଣ ।


ହେ କୃଷ୍ଣଚୂଡା ...........

ଆନନ୍ଦରେ ପିଇଯାଅ ସୂର୍ଯ୍ୟଙ୍କ କିରଣ

ଯେପରି ମହାଦେବଙ୍କର ହଳାହଳ ଧାରଣ ,

ବୃକ୍ଷଶ୍ରେଷ୍ଠ, ଗ୍ରାମଦେବତୀଙ୍କ ଓଢଣୀ ସାଜି

ତପେବୋଧେ ରହିଛ ନିମଗ୍ନ , ସିଖାଉଛ ଧରଣୀ କୁ ସହିବାର ଧର୍ଯ୍ୟ ଓ ତପରେ ନିମଗ୍ନ ।


ଡହ ଡହ ବୈଶାଖ ତାତିରେ ଖିଲି ଖିଲି ହସ,

ବିଦ୍ରୁପ କରୁନାହଁ ତ, ନିଦାଘ କୁ

ସୁବର୍ଣ୍ଣ ନିଆଁ ରେ ଝଟକିଲା ପରି

ଝଟକୁଛ ତୁମେ କବିର କଳ୍ପନାରେ

ନା ଦେଖାଣିଆ ହସରେ।


ହେ କୃଷ୍ଣଚୂଡା ..............

ଏହି ମୋର ନିବେଦନ ବିତାଅନି ଅଭିଶପ୍ତ ଜୀବନ 

କୃଷ୍ଣଙ୍କୁ କର ଆବାହନ , ଶୋଭାପାଅ ଚୁଡାରେ ତାଙ୍କର  

ଭାରି ଉଠୁ ବାସ୍ନା ତବ ଦେହେ ,ଜୀବନ ହେଉ ଧନ୍ୟ 

ଏହି ମୋର ନିବେଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍