ନିବିଡ଼ ନୀର୍ଜନତା ।
ନିବିଡ଼ ନୀର୍ଜନତା ।


ଏଇ ନିର୍ଜନ ଅନ୍ଧକାର ତୁମ ହୃଦୟଠୁ ନୁହେଁ ଗଭୀର, ଏଠି ବାରି ହେଉ ନାହିଁ ତୁମ ପ୍ରେମ ସ୍ପର୍ଶ |
ଆକାଂକ୍ଷାର ଅନ୍ତ ନାହିଁ ବୋଧେ ମୋର, ଆଜି ବି ଛୁଇଁ ଯାଏ ସେଇ ଅସ୍ପର୍ଶ ଉନ୍ମାଦ |
ଏଇ ରାତି ପରି ନାହିଁ ତୁମଠି ଶୀତଳତା, ତୁମେ ତ ଭାରି ଦିଅ ମୋ ଦେହରେ ଉଷ୍ମତା |
ତୁମେ କାହିଁ ଆପଣେଇ ନିଅ ନିର୍ଜନତା ? କରି ପାରିବ କି ତା ସାଥେ ବନ୍ଧୁତା ?
ଅନ୍ଧାର ଭୀତରେ କାହିଁ ତୁମେ ଲୁଚି ଯାଉଛ ? ତୁମ ସ୍ମିତ ହାସ୍ୟ ଭରା ମୁଁହକୁ କି ମୋଠୁ ଦୂରେଇ ନେଉଛ ?
ଡର ଲାଗେ ଦେଖି ଅନ୍ଧାରର ବେଶ୍ୟା ପଣ, ପୂର୍ଣ୍ଣିମାର ଜହ୍ନ ଆଜି ନୁହେଁ ତାର ଆପଣାର |
ଉଲଗ୍ନ ଶରୀରକୁ ତାର କ୍ଷତ କରୁଛି କି ଗୋଲାପର କଣ୍ଟା? ରମଣରେ ତାର କୃଷ୍ଣଚୂଡା ହେଉଛି କି ବାଧା ?
ପ୍ରେମର ଆଶା ରଖି ରଜନୀଗନ୍ଧା ଯେ ମଉଳି ପଡିଛି, ତ
ା ବକ୍ଷକୁ ବୋଧେ ଶିମିଳିର କଣ୍ଟା କ୍ଷତାକ୍ତ କରିଛି |
ସ୍ୱେଦ ଜୁଡୁବୁଡୁ ଦେହକୁ ଭରି ଆଲିଙ୍ଗନେ, ଅଧରକୁ ଆଙ୍କୁଛି ଚୁମ୍ବନ ରଙ୍ଗରେ ।
ତୁନି ହୁଏ ନୀରବତା ଦେଖି ତାର ନିର୍ଲ୍ଲଜତା, ମୁକୁଳା କେଶରେ ବସି ବଣମଲ୍ଲୀକୁ ବାନ୍ଧୁଛି।
ଶୁଷ୍କ ତରୁ ଡାଳ ହୁଏ ପୁଣି କଟ କଟ, ପରାସନ କରେ ସେ ତା ପ୍ରେମ ନିବିଡତା |
ଫେରି ଆସେ ନଜର ମୋ ଅନ୍ଧାର ଉପରୁ, ତୁମ ଭାବନା ଉଙ୍କି ମାରେ ମୋ ବୁକୁ ଅନ୍ତରୁ |
ପ୍ରେମର ଉଲ୍ଲାସ ଭାରି ଆସେ ମୋ ହୃଦରେ, ଚେତନା ମୋ ଉଜ୍ଜୀବିତ ଆସ୍ୱାଦନ କରେ ତୁମ ପ୍ରେମ ରସ |
ବିଚ୍ଛୁରିତ ହେବ ଲାଗେ ତୁଷାରର ବିନ୍ଦୁ, ଇଚ୍ଛା ହୁଏ ଚନ୍ଦ୍ରମାକୁ ତୋଳି କରିବାକୁ ତୁମ ମଥାର ବିନ୍ଦୁ |
ସତେ କି ତୃପ୍ତିମୟ ହେବ ଏଇ ନିଃସଙ୍ଗ ହୃଦୟ, ଆସିବ କି ଆଭା ହୋଇ କେହି ସହୃଦୟ |