STORYMIRROR

Rajesh Kumar Mohapatra

Romance

3  

Rajesh Kumar Mohapatra

Romance

ତୁମ କଥା ମନେ ପଡେ

ତୁମ କଥା ମନେ ପଡେ

2 mins
238

ତୁମେ କହିଥିବା ପଦେ ପଦେ କଥା ଆଜି ମୋତେ ହସାଉଛି।

ହେଲେ ମୁଁ କହିଥିବା କଥା ଭାବି ମୁଁ କାନ୍ଦି ପକାଉଛି।


ସତ ରେ କଣ ମୁଁ ତୁମ କୁ ଭୁଲି ସରିଛି?

ନାଁ ଭୁଲିବା ନାଁ ରେ ମିଛେ ଅଭିନୟ କରୁଛି?


ତୁମେ ତ ଥିଲ ଦିନେ ଏଇ ଛୋଟ ହୃଦୟ ରେ?

ଆଜି ଜାଣେ ଭଲରେ ଥିବ ଏଇ ବୃହତ୍ତ ପୃଥିବୀ ରେ ।


ମନେ ପଡେ ଆଜି ସେଇ ସବୁ କଥା ।

ତୁମ ସହ କଟିଥିବା କେଇ ମୁହୂର୍ତ୍ତ ର କଥା।


ତୁମ ଓଠ ଫାଙ୍କରେ ସେ ଅମାନିଆ ହସ।

ତୁମ ଆଖିରେ ଭରା ଅଭିମାନି ଲୁହ।


ମନେ ପଡେ ଆଜି ପୁଣି ତୁମ କଥା।

ସେଇ ରାତିର ସ୍ୱପ୍ନ ଆଉ ତୁମ ମିଠା କଥା।


ମନେ ଅଛି ମୋର ସବୁ ତୁମ କଥା।

ହେଲେ ତୁମେ ତ ମୋ ପାଇଁ ଅଲେଖା କବିତା।


କେମିତି ଲେଖିବି ତୁମ କଥା କଲମ ସ୍ୟାହି ରେ?

କେମିତି କହିବି ତୁମ କଥା ବା ଛାର କବିତା ରେ?


ଯେଉଁ ଆଖି ଦିନେ ଦେଖୁଥିଲା ସ୍ୱପ୍ନ।

ଆଜି ଖୋଲି ଯାଏ ଆସିଗଲେ ସ୍ବପ୍ନ।


କେତେ ଯେ ରାତି କଟିଥିଲା ଏଇ କଥା ଭାବି ।

କଁ ଣ କହିବି ତୁମକୁ ପୁଣି ମୁଁ ଭେଟି ?


ମୋ ସଙ୍କୁଚିତ ହୃଦୟ ବୋଧେ ଦେଇଥିଲା କଷ୍ଟ ?

ସେଥି ପାଇଁ ବୋଧେ କରି ଯାଇଥିଲ ପର।


ତୁମ କଥା ପୁଣି ମନେ ପଡେ .....


ପୁଣି ଏଇ ସମୟ ର ଢେଉ କୂଳ ଲଙ୍ଘି ଯିବ ।

ଆଉ ଗୋଟେ ଅଙ୍କ ମୋ ବୟସ ବଢ଼ିବ ।


କେବେ ତ ଆସ ପୁଣି ସେଇ ଅମାନିଆ ସ୍ମୃତି ଟିକେ ହୋଇ।

କେବେ ତ ଆସ ପୁଣି ସେଇ ଅଭିମାନି ପ୍ରେମ ଟିକେ ହୋଇ।


କେତେ ଯେ ରାତି କଟେ ତୁମ କଥା ଭାବି।

ନିଦ ବି ହୁଏ ତ କେଉଁଠି ବସିଛି ତୁମ ବାଟ ଚାହିଁ?


ଦିନ ପୁଣି ଫେରି ଯାଏନାହିଁ କାହିଁ ଯେ ପଛକୁ?

ମନ ଆଜି ବି କାହିଁ ଯେ ଭାବେ ତୁମ ସ୍ମୃତି ସବୁ କୁ?


ସ୍ଵପ୍ନ ବି ଆସୁନି ଆଉ ତୁମେ ଗଲା ପରେ ।

ଖୋଜୁଛି ବୋଧେ ତୁମକୁ କେଉଁ ଗହନ ବନ ରେ?


କେବେ ତ ଆସ ପୁଣି ସେଇ ଅମାନିଆ ସ୍ମୃତି ହୋଇ।


                    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance