Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Mohapatra

Romance

3  

Rajesh Kumar Mohapatra

Romance

ପାର୍ଥକ୍ୟ ତୁମେ ଆଉ ମୁଁ

ପାର୍ଥକ୍ୟ ତୁମେ ଆଉ ମୁଁ

1 min
227



ତୁମର ପକ୍ଷୀ ଅଛି ତୁମେ ଉଡି ଚାଲି ଯିବ ।

ମୁଁ ସଂସାର ଗୋଠ ରେ ବନ୍ଧା ସେମିତି ରହି ଯିବି ।।

ତୁମେ ଖୋଲା ଆକାଶ ବିହଙ୍ଗ ତୁମେ ଦୂର ଦୃଷ୍ଟି ସମ୍ପନ୍ନ । ମୁଁ ଧୁଳି ମାଟି ମଣିଷ ସ୍ନେହ ବନ୍ଧନରେ ବନ୍ଧା ଜଣେ ଦୃଷ୍ଟି ହିନ।।

ତୁମେ କବି ର କଳ୍ପନା ତ ଗଳ୍ପିକର ଭାବନା।

ମୁଁ ଦୁଃଖୀ ଦୀନହୀନ ଅଧମ ଆକୁଳିନ ।।

ତୁମେ ତୃଷ୍ଣା ପ୍ରେମ ପ୍ରଣୟର ।

ମୁଁ ତୁଷାର ବିନ୍ଦୁ ପ୍ରାୟ ଜଳ ଆକାଂକ୍ଷାର ।।

ତୁମେ ଶୀତଳ ଚନ୍ଦ୍ରର ଜ୍ୟୋସ୍ନା ।

ମୁଁ କଳଙ୍କିତ ଅମାବାସ୍ୟା ।।

ତୁମେ ଚଞ୍ଚଳ ଜଳ ତରଙ୍ଗ ।

ମୁଁ ଛାର ବାଲି ଗରଡ଼ା ।।

ତୁମେ ଶିଳ୍ପୀର ଶେଷ ସ୍ପର୍ଶ ପ୍ରାପ୍ତ ।

ମୁଁ ପ୍ରସ୍ଥର ଅଲୋଡା ଛିଦ୍ର ଯୁକ୍ତ ।।

ତୁମେ କବିତା ମର୍ମସ୍ପର୍ଶୀ ।

ମୁଁ ଲେଖକ ଅଧୁରା ।।


Rate this content
Log in

Similar oriya poem from Romance