STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ନାଶନ୍ତି ଅରାତି ମାଆ କାଳରାତ୍ରି

ନାଶନ୍ତି ଅରାତି ମାଆ କାଳରାତ୍ରି

1 min
158


ସୁନ୍ଦର ସୃଷ୍ଟିର ପ୍ରକୃତି ଯାଏ ଯେବେ ବିଗିଡ଼ି 

        ସୁଖ ଶାନ୍ତି ଆନନ୍ଦ ଯାଆନ୍ତି ମୁହଁ ମୋଡ଼ି।

ଆତଙ୍କ ଆସେ ମାଡ଼ି ମାଡ଼ି ଜଗତେ ପଡ଼େ ହୁରି 

     ସୁରକ୍ଷା ପାଇଁ ନରନାରୀ କରନ୍ତି ଯେ ଗୁହାରି।

ବିନୟେ ଭକ୍ତିଭରା ହୃଦେ ଡ଼ାକିଥାନ୍ତି ମାଆକୁ,

      ଜଗତଜନନୀ ମା' ଦୁର୍ଗା ଆସନ୍ତି ଏ ଧରାକୁ।

ଜଗତର ସୁରକ୍ଷା ଲାଗି ଘୁଞ୍ଚାଇଥାନ୍ତି ବିଘ୍ନ

   ଯୋଗମାୟା ଆସନ୍ତି ଯୋଗ ତାଙ୍କର କରି ଭଗ୍ନ।

ମା' ନବଦୁର୍ଗା ନବରାତ୍ରେ ହୋଇଥାନ୍ତି ନ' ବେଶ,

    ସପ୍ତମ ଦିନେ କାଳରାତ୍ରି ରୂପେ ତାଙ୍କ ପ୍ରକାଶ।

ଅନ୍ଧାର ପରି ଘନ କଳା ଭୟଙ୍କର ସେ ରୂପ,

      ସଂହାରି ଦୁଷ୍ଟ ଅରାତି ଦୂରାନ୍ତି ସେ ତ୍ରିତାପ।

ମା' ଦୁର୍ଗା ଏ ବେଶେ ଭୈରବୀ ସେ ଚଣ୍ଡି ମହାକାଳୀ,

   ସଂସାରୁ ଦୁଃଖ କ୍ଳେଶ ନାଶି ରଖନ୍ତି ଯେ ସମ୍ଭାଳି।

ଭୟଙ୍କର ରୂପରେ ବି ମା' ହୁଅନ୍ତି ଶୁଭଙ୍କରୀ,

       ହଟାଇ ଦିଅନ୍ତି ଅଶୁଭ ତାଙ୍କ ଶକ୍ତି ବିସ୍ତାରି।

ମାତା ସ୍ଵଇଚ୍ଛାରେ ଧାରଣ କରିଥାନ୍ତି ଏ ବେଶ,

       ନିୟନ୍ତ୍ରଣ କରି ଦୁଷ୍ଟଙ୍କୁ କରନ୍ତି ତାଙ୍କ ବଶ।

ଆଣିବାକୁ ମର୍ତ୍ତ୍ୟରେ ଶାନ୍ତି ଦିଅନ୍ତି ସେ ଆହ୍ଵାନ,

        ଅଜ୍ଞାନ ଅଧମ ଜନଙ୍କୁ କରନ୍ତି ସଚେତନ।

କ୍ରୋଧାନ୍ୱିତେ ସେ କାଳରାତ୍ରି ଦେଖାନ୍ତି ଦିବ୍ୟ ଶକ୍ତି,

       ଆପଦ ବିପଦରୁ ଭକ୍ତ ମୁକୁଳେ କରି ଭକ୍ତି।

ଏ ରୂପେ ଦେବୀ ଉନ୍ମିଳିତ କରିଥାନ୍ତି ତ୍ରିନେତ୍ର, 

      ତାଙ୍କ କରୁଣା ପ୍ରଦାନରେ ଧରା ହୁଏ ପବିତ୍ର।

ମୁଖ ନୟନରୁ କରନ୍ତି ସେ ଅଗ୍ନି ଉଦ୍ଗୀରଣ 

     ସଂହାରି ପାପୀଙ୍କୁ ଜଗତେ ଆଣନ୍ତି ଜାଗରଣ।

ବିଶ୍ଵ ବ୍ରହ୍ମାଣ୍ଡେ ଯେତେ ଶକ୍ତି ହୁଅନ୍ତି ଯେ ପରାସ୍ତ,

      ମହା ମହା ଶକ୍ତିଧରକୁ କରନ୍ତି ସେ ସମାପ୍ତ।

ଦେବୀ ଚତୁର୍ଭୁଜା ହୁଅନ୍ତି କାଳରାତ୍ରି ରୂପେ ଯେ,

   ଧରିଥାନ୍ତି ଲୌହ ଖଡଗ୍ ତାଙ୍କର ସେ ଶ୍ରୀଭୁଜେ।

ମାତା ଆରୂଢା ହୋଇଥାନ୍ତି ଗଧ ପୃଷ୍ଠ ଉପରେ,

  ସେ ପ୍ରତିହିଂସା ପରାୟଣୀ ରୁଦ୍ରୀ କାଳୀ ରୂପରେ।

ଦେବୀ ମା' ଦୁର୍ଗତନାଶିନୀ ସେ କଲ୍ୟାଣକାରିଣୀ,

   ଅଭୟ ନିର୍ଭୟ ପାଆନ୍ତି ଜଗତେ ଯେତେ ପ୍ରାଣୀ।

ଶ୍ରଦ୍ଧା ଭକ୍ତିରେ ଦେବ ନର ପୂଜିଥାନ୍ତି ସକଳେ,

    ଆଶିଷେ ତାଙ୍କର ରୁହନ୍ତି ନରନାରୀ ମଙ୍ଗଳେ।

ମାଆ କାଳରାତ୍ରିଙ୍କୁ କରୁ କୋଟିଏ ଦଣ୍ଡବତ,

      ଅଭୟ ନିର୍ଭୟ କରି ସେ ରଖନ୍ତୁ ଏ ଜଗତ।

  

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract