STORYMIRROR

Geetishree Behera

Abstract Inspirational

3  

Geetishree Behera

Abstract Inspirational

ନାରୀ ଶକ୍ତି

ନାରୀ ଶକ୍ତି

1 min
242


ନାରୀ ମାନସ୍ବିନୀ ସାଜେ ଯଶସ୍ବିନୀ

ମଳୟ ଶାନ୍ତି ପ୍ରଦାୟିନୀ

ନାରୀ ତ୍ରିଶୂଳଧାରୀ ସ୍ୱୟଂ ଶିବଶକ୍ତି

ସୁଧାମୟ ସଂଜୀବନୀ..... 

ସୃଷ୍ଟିକାରିଣୀ ନାରୀ ବିଶ୍ୱମୋହିନୀ

ଅଟଇ ରତ୍ନଗର୍ଭା ଅବନୀ

ନାରୀ ଶକ୍ତି ଜଗତ ଜନନୀ

ନାରୀ ଦେବୀ ଦୁର୍ଗା ଦୁର୍ଗତିନାଶିନୀ... 

ସଂସାର କୁହଇ ନାରୀ ମାୟାବିନୀ

ନାରୀକୁ ବୁଝିବା କଷ୍ଟ

ସବୁ ମିଥ୍ୟା ଏଠି ଏକା ନାରୀ ମନ

କାଚ ପରି ଥାଏ ସ୍ପଷ୍ଟ... 

ନାରୀ ସମ୍ମାନ କରେ ଯେଉଁ ଜନ

ତାର ସ୍ଥାନ ଥାଏ ସଦା ଶ୍ରେଷ୍ଠ

ଶାସ୍ତ୍ର ସାକ୍ଷୀ ଅଛି ନାରୀ ଆଖି ଲୁହ

ଜୀବନ କରଇ ନଷ୍ଟ.... 

ନାରୀ ତୁହି ନାରାୟଣୀ ଶକ୍ତିର ପ୍ରତୀକ

ଅନେକଙ୍କ ମଧ୍ୟେ ଅଟୁ ପରା ଏକ

ଜାୟା, ଭଗିନୀ, ମାତା ସବୁରି ଜନ

ଧନ୍ୟ ହୁଏ ପାଇ ତୋର ସାନିଧ୍ୟ... 

ଖସିଯାଏ ଖେଳି ସେ କୁବୁଦ୍ଧି

ନାରୀ ହୁଏ ସ୍ୱୟଂସିଦ୍ଧା

ଜାଗ ନାରୀଗଣ ହସ୍ତେ ଧରି ଖଡ୍ଗ

ଛେଦ ପାପିର ଆଶ୍ୱର୍ଦ୍ଧା...

      


Rate this content
Log in

More oriya poem from Geetishree Behera

Similar oriya poem from Abstract