ମୁଁ ମୋତେ ପ୍ରଶ୍ନ କରେ
ମୁଁ ମୋତେ ପ୍ରଶ୍ନ କରେ
ନିର୍ଦ୍ୱନ୍ଦରେ ସତ୍ୟ କହନ୍ତି କାହାକୁ
କହିଥାନ୍ତି କାରେ ମିଛ,
ସୁଖ ଦୁଃଖ ସବଦର ପରିଚୟ
ଏ ସତ ମିଛ କି ତୁଚ୍ଛ ।।
ପ୍ରକାଶନ୍ତି କାହିଁ ଦିବା ନିଶି ନାମେ
ନାମ ଉଚ୍ଚାରୀତ କରି,
ଜନମ ମରଣ ନାମେ କିମ୍ପା ଡାକ
ହୁଏ ସଂସାରେ ବିସ୍ତାରି ।।
ଆରମ୍ଭ ଓ ଶେଷ ଶବ୍ଦ ବିପରୀତ
ଚୂଡାନ୍ତ ବ୍ରୁତାନ୍ତ ଏହି ,
ସ୍ତ୍ରୀ ଯେ ପୁରୁଷେ ନପୁଂସକ କିମ୍ପା
ନିରୁତ୍ତର ଶବ୍ଦ ହୋଇ ।।
ନିଶ୍ଚିତ ଏ ସତ୍ୟ ମିଛ ମୋହ ମାୟା
ସଂସାରେ ସତଟି କିଏ ,
ଯଶ ସନମାନ ମାନ ଅଭିମାନ
କି କାରଣେ ଦିଆଯାଏ ।।
ଅଛିିକି ଉତ୍ତର ସଂସାରରେ ସାର
ଅଦୃଶ୍ୟ ବା ବସ୍ତୁ ରୂପେ ,
ଜାଣିକି ପାରିବି ଆକାର ତାହାର
ବୁଝାଇ ଦେବକେ ମାପେ ।।
ନିଶ୍ଚିନ୍ତରେ ଚିନ୍ତି ରାତ୍ରୀ ଲୋକେ ଭ୍ରାନ୍ତି
ଏଡାଇ ନିଜକୁ ମୋରେ,
ଚିତ୍ କାର କରି ପ୍ରତି ମୁହୂର୍ତ୍ତରେ
ମୁଁ ମୋତେ ପ୍ରଶ୍ନ କରେ ।।