STORYMIRROR

Bhakta Meher

Classics

3  

Bhakta Meher

Classics

ମୁଁ ମୋତେ ପ୍ରଶ୍ନ କରେ

ମୁଁ ମୋତେ ପ୍ରଶ୍ନ କରେ

1 min
184

ନିର୍ଦ୍ୱନ୍ଦରେ ସତ୍ୟ କହନ୍ତି କାହାକୁ

କହିଥାନ୍ତି କାରେ ମିଛ,

ସୁଖ ଦୁଃଖ ସବଦର ପରିଚୟ

ଏ ସତ ମିଛ କି ତୁଚ୍ଛ ।।

ପ୍ରକାଶନ୍ତି କାହିଁ ଦିବା ନିଶି ନାମେ

ନାମ ଉଚ୍ଚାରୀତ କରି,

ଜନମ ମରଣ ନାମେ କିମ୍ପା ଡାକ

ହୁଏ ସଂସାରେ ବିସ୍ତାରି ।।

ଆରମ୍ଭ ଓ ଶେଷ ଶବ୍ଦ ବିପରୀତ

ଚୂଡାନ୍ତ ବ୍ରୁତାନ୍ତ ଏହି ,

ସ୍ତ୍ରୀ ଯେ ପୁରୁଷେ ନପୁଂସକ କିମ୍ପା

ନିରୁତ୍ତର ଶବ୍ଦ ହୋଇ ।।

ନିଶ୍ଚିତ ଏ ସତ୍ୟ ମିଛ ମୋହ ମାୟା

 ସଂସାରେ ସତଟି କିଏ ,

ଯଶ ସନମାନ ମାନ ଅଭିମାନ

କି କାରଣେ ଦିଆଯାଏ ।।

ଅଛିିକି ଉତ୍ତର ସଂସାରରେ ସାର

 ଅଦୃଶ୍ୟ ବା ବସ୍ତୁ ରୂପେ ,

ଜାଣିକି ପାରିବି ଆକାର ତାହାର

ବୁଝାଇ ଦେବକେ ମାପେ ।।

ନିଶ୍ଚିନ୍ତରେ ଚିନ୍ତି ରାତ୍ରୀ ଲୋକେ ଭ୍ରାନ୍ତି

ଏଡାଇ ନିଜକୁ ମୋରେ,

ଚିତ୍ କାର କରି ପ୍ରତି ମୁହୂର୍ତ୍ତରେ

ମୁଁ ମୋତେ ପ୍ରଶ୍ନ କରେ ।।



Rate this content
Log in

Similar oriya poem from Classics