STORYMIRROR

krishnalintas behera

Inspirational

3  

krishnalintas behera

Inspirational

ମୁଁ କାହିଁକି ଅଟକି ନାହିଁ

ମୁଁ କାହିଁକି ଅଟକି ନାହିଁ

1 min
255


ଉତ୍ତାନପାଦ ସଭ୍ୟ ସମାଜରେ ପାଦ ରଖି 

ଜୀବନର ଉପବନେ ଡେଣାମେଲି ଉଡିବାର ଆଶା ଦେଖି 

ସ୍ବପ୍ନକୁ ବାସ୍ତବତାର ରଙ୍ଗ ଦେବାର ଖୁସିରେ 

ଜୀବନରେ ନବ ଅରୁଣିମା ଆଣିବାର ଇଚ୍ଛାରେ 

ଯେବେ ମୁଁ ଅସୁମାରୀ ସ୍ବପ୍ନ ଧରି ବାହାରିପଡିଲି 

ଦୁନିଆର ବକ୍ଷେ ମୋର ସଚୋଟତାର ପାଦ ଥାପିଲି 

ସେବେ ବୁକୁ ମୋର ଚିତ୍କାରିଲା,ପାଦ ମୋର ଅଟକିଗଲl,

କ୍ଷଣ ମୁହୂର୍ତ୍ତ ପାଇଁ ସ୍ପନ୍ଦନ ମୋ ସ୍ତବ୍ଧ ହେଲା 

ଯେବେ ସେ ଝିଲମିଲ କରୁଥୁବା ସମାଜରେ ଧୁସର ଦେଖିଲା 

ଆତ୍ମସ୍ବାର୍ଥ,ହୀନମନ୍ୟତା,ଅନୀତି, ଅର୍ଧମ ଅଙ୍ଗେ ନିଭେଇଲା 

ଆତ୍ମା କହିଲା,ଏ ଅସୁରକ୍ଷିତ ବାଟ ଚାଲିହବନି 

ବିବେକର ପ୍ରତିଧ୍ୱନି ଶୁଭିଲା "ତୁ ଏମିତି ଅଟକିପାରିବୁନି "

ନିଜର ଆଶା, ଆକାଂକ୍ଷା, ଜିଜ୍ଞାସାକୁ କବର ଦେଇପାରିବୁନି 

ଚଲାପଥ ଯେତେ କଠିନ ହେଉ ପଛେ ତୁ କେବେ ଫେରିବୁନି 



ସ୍ବପ୍ନ ଯେବେ ନିଜର ଅନନ୍ୟ ପରିଚୟ ଗଢିବାର 

ପିତାମାତାଙ୍କ ଆଶା ସାକାର ଓ ମାଟିର ସେବା କରିବାର 

ସେଠି ଦୁନିଆର ପ୍ରରୋଚନା ଶୁଣିବାକୁ ହେବ 

ଲୁହଭିଜା ଉଷ୍ମରାତିରେ ସଫଳତାର ବୀଜ ବୁଣିବାକୁ ହେବ

ଦୁଃଖୀମୁହେଁ ଚେନାଏ ହସର ଝଲକ ଆଣିବାକୁ

ଏ ଜୀବନର ଜଟିଳର ସମୀକରଣର ସମାଧାନ କରିବାକୁ 

ଜୀବନର ଅଧୁରା ପଂକ୍ତିକୁ ପୁରା କରିବାକୁ,ମୁଁ ଅଟକିନି 

 ଶଠତା,ଵ୍ୟଭିଚାର ଦେଖି ଡ଼ରିଛି ସତ ନଇଁଯାଇନି 

ଲାଞ୍ଚନା,ନିଷ୍ଠୁରତା ସହିଛି ମାତ୍ର ଦୁର୍ବଳ ହୋଇନି 

ଉପେକ୍ଷା, କାମନାର ବସ୍ତୁଟିଏ ସାଜିଛି ମାତ୍ର ସତ୍ତା ହରେଇନି 

କାରଣ ମୁଁ ନାରୀଟିଏ,ଲଷ୍ମୀ,ଦୁର୍ଗାଙ୍କର ରୂପଟିଏ 

ନିଜର ସ୍ୱାଭିମାନ,ସମ୍ମାନ ପାଇଁ ସତ୍ୟର ଶାଣିତ ସ୍ୱରଟିଏ 

ନିରାପତ୍ତା ମୋ ଆଗେ ସାମୟିକ ଆଲୋଡନ ଆଣେ ସତ 

କିନ୍ତୁ ମୋ ଅଦମ୍ୟ ସ୍ବପ୍ନରୁ କରି ପାରେନାହିଁ ବିଚ୍ୟୁତl

ସକାରାତ୍ମକତାର ଅସ୍ତ୍ର ନେଇ ମୁଁ ଜୀବନଯୁଦ୍ଧରେ ହାରିନି 

ସଫଳତାର ଦିଗବଳୟ ଛୁଇଁବା ପାଇଁ ମୁଁ କେବେ ଅଟକିନି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational