ମରୁଝର
ମରୁଝର
ଏ ମନର ମରୁଭୂମିପରେ
ଅଚାନକ ପାଇଥିଲି
ମରୁଝର ଟିଏ,
ଯା ସ୍ପର୍ଶରେ ଲିଭିଥିଲା
ଦୁଃଖର ବାଲିଝଡ଼
ତୋଳିଥିଲା ଆଶାର ଇନ୍ଦ୍ରଧନୁ
ଚତୁର୍ଦ୍ଦିଗେ ଛାଇଥିଲା
ବସନ୍ତର ଛିଟା ।
ସ୍ୱପ୍ନର ତୀରେ-
ଗଢିଥିଲି ବାଲିଘର
ତନୁରେ ମନରେ ଶୀତଳତାର ସ୍ପର୍ଶ
ହୃଦୟେ ଅନେକ କମ୍ପନ
ଆଶାର ଆଲୋକ ଜଳୁଥିଲା
ଯେମିତିକି ଦିଗହଜା ନାବିକର
ବତୀଘର ମିଳିଯିବା ପରି ।
ସେ ମରୁଝରେ ପାଇଥିଲି
ପ୍ରତିଶ୍ରୃତିର ମୋହର
ଆଉ ସବୁଜ ସ୍ୱାକ୍ଷର
ଯାହା ଥିଲା ମୋ ଏକାନ୍ତ ନିଜସ୍ୱ
ଏକାନ୍ତ ନିଜସ୍ୱ ।