STORYMIRROR

DHARITRI SAHU

Inspirational

4  

DHARITRI SAHU

Inspirational

ମୃତ୍ୟୁ ଏକ ଧୃବ ସତ୍ୟ

ମୃତ୍ୟୁ ଏକ ଧୃବ ସତ୍ୟ

1 min
341


ବଞ୍ଚିବାର ଇଚ୍ଛା ବଢାଇ ଯେ ଦିଏ

ଛିଡାଇ ଦିଏ ବି ଦିନେ,

ସମୟ ସରିଲେ କାହିଁକି ବଞ୍ଚିବ

ମରିବା ତ ସତ୍ୟ ଦିନେ।

ମଣିଷ ହାତରେ କିଛି ବି ଦେଇନି

ଖାଲି କର୍ମ ଫଳ ଭୋଗ,

ଭଲ କରିଥିଲେ ଭଲ କିଛି ମିଳେ

ମନ୍ଦ କର୍ମେ କଷ୍ଟ ଯୋଗ।

ପ୍ରାରବ୍ଧ ବି ଏଠି ଭୋଗିବାକୁ ପଡେ

ଜାଣି ଅଜଣା ମଣିଷ,

ଭାଗ୍ୟର ଦୋଷରେ ପାରି ହୋଇଯାଏ 

କର୍ମକୁ ଦିଅଇ ଦୋଷ।

ମୃତ୍ୟୁ ଯଦି କିଏ ମାଗଣାରେ ବାଣ୍ଟେ

ନେବାକୁ କେ ଆସିବେନି,

ମିଛୁଟାରେ ଖାଲି କହି ବୁଲୁଥିବେ

ମୃତ୍ୟୁ ମୋର ହୁଅନ୍ତାନି।

ସବୁଠାରୁ ବଡ଼ ଭୟଙ୍କର ମୃତ୍ୟୁ

କେହି ଭଲପାଆନ୍ତିନି,

ଯିଏ ଭଲପାଏ ତା ପାଶେ ଆସେନି

ଆବଶ୍ୟକ କା ବୁଝେନି।


Rate this content
Log in

Similar oriya poem from Inspirational