STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମୃତ୍ୟୁ ବଟିକା

ମୃତ୍ୟୁ ବଟିକା

1 min
300

ଘରେ ଅଛନ୍ତି ପୁଅ ବୋହୁ ନାତି

 ତଥାପି ଜେଜେଟି ଲାଗେ ଅସହାୟ

ବୁଢୀ ଗଲା ଦିନୁ ମଉନ ରହୁଛି

   କୁହାଟ ମାରୁନି ଭାବି ନିରାଶ୍ରୟ ।


କିଛି ବି ମିଳୁନି ସମୟରେ ତୃଟି

  ରାଗ ରୋଷ ସବୁ ଓଳି ତଳକୁ

ଖବର କାଗଜ ଚିର ସାଥି ତାର

  ଅଳପ ଗଳପ ପ୍ରଳାପ ସବୁକୁ ।


ନଇଁ ନଇଁ ଚାଲି ନିତ୍ୟକର୍ମ ସାରେ

  କୂଅରୁ ପାଣି ଆଣଇ ଟାଣି

ପାଖରେ ଅଛନ୍ତି ସଭିଏଁ ସକଳ

  ହାତ ବଢ଼ାନ୍ତିନି ନିଜର ମଣି ।


କାଶ ଛିଙ୍କ ଜ୍ଵର ରୋଗର ପ୍ରହାର

 ବାଧେ ନାହିଁ କଷ୍ଟ କାରଣ

କଟୁବାକ୍ୟ ବାଣ ବିକ୍ରୋକ୍ତି କମାଣ

  ଛାତି ଫାଟିଯାଏ ଲହୁ ଲୁହାଣ ।


କରେ।ନା ଲହରୀ ଲକ୍ ଡାଉନ୍ ଷ୍ଟୋରୀ

  ବ୍ୟତିବ୍ୟସ୍ତ ବିଶ୍ଵ ଦରବାର

କେଜାଣି କାହିଁକି ଯନ୍ତୁରାଣ ସାଇଁକି

ସୁମରୁଛି ମନେ ବାରମ୍ବାର ।


ମୋଦି ସରକାରେ ବୀନିତ ପଚାରେ

  ଆଣନ୍ତନି ବିଲ୍‌ ମୃତ୍ୟୁଇଚ୍ଛା

କରେ।ନା ଟିକା ପରି ମୃତ୍ୟୁ ବଟିକା 

 ଦୋକାନେ ମିଳନ୍ତା ମୁଣ୍ଡପିଛା ।


ବୁଢା ବୟସଟା ସତରେ ଅଲୋଡା 

 ଅନାଦର ହତାଦର ଯୋଗୁଁ

ବେଳ ଥାଉଁ ଥାଉଁ ବଟିକା ଖାଇକି

  ଯୋଇରେ ଶୋଇବା ମାଗୁଁ ।


Rate this content
Log in

Similar oriya poem from Tragedy