STORYMIRROR

madhuri Sahu

Abstract

3  

madhuri Sahu

Abstract

ମୋତେ ବଞ୍ଚେଇନିଅ

ମୋତେ ବଞ୍ଚେଇନିଅ

1 min
402

ମାଁ ମୋତେ ମାରିଦିଅନା

ମୁଁ ତୁମ ହୃଦୟର ଅଂଶଟିଏ 

ମୋତେ ଏ ସୁନ୍ଦର ସଂସାରକୁ ଆସିବାକୁ ଦିଅ 

ମୋତେ ବଞ୍ଚେଇନିଅ


ମୋର ଜୀବନକୁ ତୁମକୁ ଅର୍ପଣ କରିଦେବି 

ତୁମଠାରେ ଏତିକି ଗୁହାରି କରୁଛି 

ମୋତେ ତୁମଠୁ ଅଳଗା କରନାହିଁ 

ମୋତେ ବଞ୍ଚେଇନିଅ


ମୁଁ ତୁମର ନୟନର ପିତୁଳା 

ତୁମ ଗର୍ଭରେ କେତେଦିନ 

କେତେମାସ ଧରିଅଛ  

ମୋତେ ବଞ୍ଚେଇନିଅ


ତୁମେ ବି ତ ଜଣେ ଝିଅ 

ମୋର ଏତିକି ଉପକାର କରିଦିଅ

ଯେ,ଜନମ ହେବା ପୂର୍ବରୁ ମାରିଦିଅନା

ମୋତେ ବଞ୍ଚେଇନିଅ


ହାତ ଯୋଡ଼ି ବିନମ୍ର ଅନୁରୋଧ କରୁଛି 

ଯେ, ଘରର ସମସ୍ତଙ୍କୁ ବୁଝାଇ ଦିଅ 

ମୋର ଅସ୍ତିତ୍ୱକୁ ଧୋଇ ଦିଅ ନାହିଁ

ମୋତେ ବଞ୍ଚେଇନିଅ


ମାଁ ତୁମେ ମୋର ହତ୍ୟା କରିଦେଲେ 

ତୁମର ପୁଅକୁ କିଏ ରାକ୍ଷୀ ବାନ୍ଧିବ 

ତୁମେ କାହାକୁ ପରୀ ବୋଲି କହିବ

ମୋତେ ବଞ୍ଚେଇନିଅ


ମୁଁ ପୁଅ ନୁହେଁ ଝିଅ ବୋଲି ନଷ୍ଟ କରୁଛ

ତୁମ ପୁଅ ଯଦି କୁଳର ଦୀପକ ହୁଏ 

ତା ହେଲେ ମୁଁ କୁଳର ଜ୍ୟୋତି 

ମୋତେ ବଞ୍ଚେଇନିଅ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract