STORYMIRROR

madhuri Sahu

Abstract

2  

madhuri Sahu

Abstract

ମନ

ମନ

1 min
3.3K

      ମନ

ତତେ ଭାବୁ ଭାବୁ ଆଖିରେ 

କେତେବେଳେ ନିଦ୍ରା ରାଣୀ ଆସିଯାଏ 

ତୋ କେତେବେଳେ ବାଟବଣା ହୋଇଯାଏ

     ତୋର ମନଟା କେମିତି ଯେ,

     ତୁ ପାଖେ ଥାଇ ବି

     ମୁଁ ତୋ କଥା ଭାବୁଥାଏ

ବୁଝି ପାରୁନି ଏ ଅବୁଝା ମନ ମୋର 

ତୋର ମନ କ'ଣ ଚାହେଁ 

କହିଦେଇ ଯା, ଥରେ

    ଆକାଶରେ ଯେବେ ଘଡଘଡି ହୁଏ 

    ମୟୁର ତା ଡେଣା ମେଲାଇ ଥାଏ 

    ତୁ ଠିକ୍ ମୟୁର ପରି ହଉ

ସମୟ ଦେଖି ହଠାତ 

ତୋ ମନ ଟା ତୁ ବଦଳାଇ ଦେଉ

ମୁଁ ବୁଝି ପାରେନା

       ତୋର ମନ ଏତେ ଚଞ୍ଚଳ 

       ଯେ, ମୁଁ ହାରିଯାଏ

      ତୋର ମନ କଥା ବୁଝିବାକୁ

ତଥାପି ମନ ମୋର ତୋ ପାଖେ 

ତୋର ମନ କଥା ଜାଣିବାକୁ 

ବୁଝାଇ ଦେଇ ଯା,ଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract