STORYMIRROR

smrutiranjan bal

Abstract

2  

smrutiranjan bal

Abstract

ମୋ ନିଦ

ମୋ ନିଦ

1 min
150

ବୋଉ ବୋଉ ଡାକି ପାଖରେ ବସିକି

ପୁଅଟା କହିଲା ଦିନେ

ନିଶ ଦାଢି ମୋର ଉଠି ତ ଗଲାଣି

ବଡ ହୋଇଲିଣି ମନେ

କରିଛି  ଚାକିରି  ବେତନ  ଉପୁରି

ଲକ୍ଷ ଲକ୍ଷ ମୋର ଟଙ୍କା

ପାଇଛି ଘରଣୀ  ସିଏ  ପାଟରାଣୀ

ନାହିଁ ମୋର ଆଉ ଶଙ୍କା

ଦେଇଛୁ  ଜନମ  କରିଛୁ   ଖରଚ

କହିବୁକି ଟିକେ ତୁହି

ଯାହା ରୁଣ ଅଛି କହ ମୋତେ ଖୋଲି

ଫେରେଇ ଦେବି ଲୋ ମୁହିଁ

ସବୁ ଶୁଣି  ସାରି  ଉଦାସ  ମନରେ

ଉତ୍ତର ଦେଲା ତା ବୋଉ

ବାପା ଲୋ ଧନ ଲୋ କହିଲା ଗେହ୍ଲେଇ

ଯେତେ ଅଛି ଥିଲେ ଥାଉ

ନାହିଁ ଟଙ୍କା ଲୋଡା ନାହିଁ ମୋ ପାଉଣା

ନାହିଁ  ମୁଁ ରଙ୍କୁଣୀ ଧନ

ଯେତେ ଯାହା ଦେଲେ ମୋ ପେଟ ପୁରେନା

ତୋ ଠାରେ ଥାଏ ମୋ ମନ

ତଥାପି   ମାଗୁଛି  କେବେ ମୁଁ  ଗଣିନି

ଅନିଦ୍ରାରେ  ଥିଲି  ଅନ୍ଧ

ଜନମ   ପୁର୍ବରୁ    ଏଯାବତ୍   ଯାଏ

ଦେ ଫେରେଇ ଦେ ମୋ ନିଦ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract