STORYMIRROR

smrutiranjan bal

Comedy

4  

smrutiranjan bal

Comedy

ବୋଉଲୋ ମୁଁ ବୋହୁ ହେବିନି

ବୋଉଲୋ ମୁଁ ବୋହୁ ହେବିନି

1 min
263

ଲାଜେଇ ଲାଜେଇ ଚାଲି ପାରିବିନି

ବାଟ ଝୁଣ୍ଟି ଝୁଣ୍ଟି ପଡିବି ।

ମଥାରୁ  ଓଡଣି  ଖସିଯିବ  ଯଦି

କେମିତି ସଂସାର ଗଢିବି ॥

ରାତି ପାହାନ୍ତାରୁ ଉଠି ମୁଁ ପାରେନା

ବିଳମ୍ବରେ ନିଦ ଭାଙ୍ଗଇ ।

ବିଛଣାରେ ବସି ଭିଡି ମୋଡି ହୋଇ

ଚାଆ କପେ ଦିଅ ମାଗଇ ॥

ଖରା ନପଡିଲେ ପାରେନା ଗାଧୋଇ

ଅଳସୁଆ ମୋର ଗୁଣଟି ।

ଗାଧୋଇ ପାଧୋଇ ସଜ ହେଲାପରେ

ବାହରଇ ମୋର ଖୁଣଟି ॥

ଠାକୁର  ପୂଜା  ମୁଁ  କରି  ଶିଖିନାହିଁ

ମନ୍ତ୍ର ପାଠ କିଛି ଜାଣିନି ।

ଶାଶୁ  ଶଶୁରଙ୍କ  ପାଦ  ଛୁଇଁ  କରି

ଭୂମିଷ୍ଟ ପ୍ରଣାମ ଶିଖିନି ॥

ଦିଅର   ନଣନ୍ଦ  ଜାଆ  ଦେଢଶୂର

ଯଥାମାନ୍ୟ ଦେବା ଜାଣିନି ।

କେମିତି  କାହାକୁ  କହିବାକୁ  ହେବ

ଯୌଥ ପରିବାରେ ଚଳିନି ॥

ଚୁଲି  ଲଗେଇକି ରୋଷେଇ  କରିବା

ଜଣାନାହିଁ ମୋତେ ଷାଣ୍ଠଣା ।

ଶାଶୁଘରେ  ଯାଇ  କେମିତି  ଚଳିବି

ଜାଣେନି ଶହେରୁ ଆଠଣା ॥

ପର   ପୁରୁଷକୁ  ନିଜର   କରିବା

ସପନରେ କେବେ ଭାବିନି ।

ବାପଘରେ  ଝିଅ  ଗେହ୍ଲାରେ  ବଢିଛି

ବୋଉଲୋ ମୁଁ ବୋହୁ ହେବିନି ॥



Rate this content
Log in

Similar oriya poem from Comedy