Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Abstract Children

4  

Sagar Kumar Parida

Abstract Children

ମୋ ଅନୁଭୂତି

ମୋ ଅନୁଭୂତି

1 min
136


ମୋ ଅନୁଭୂତିର ବିଶ୍ୱ ବକ୍ଷଟି

ଦୁଃଖ, ସୁଖରେ ଭରା,

କେତେବେଳେ ଏହା ଆନନ୍ଦ ଦାୟକ

କେତେବେଳେ ଦୁଃଖ ସାରା ।।

ଜଙ୍ଗଲରେ ସିନା ବନ୍ୟଜନ୍ତୁ ଭୟ

ସହରରେ ଅମଣିଷ,

ରାସ୍ତାରେ ଚାଲିଲେ ଦୁର୍ଘଟଣା ଚିନ୍ତା

ପ୍ରତିକ୍ଷଣେ କରେ ଗ୍ରାସ ।।

ସ୍ନେହ, ପ୍ରେମ ଭାବ ସ୍ୱପ୍ନ ଆଜି ଏଠି

ବ୍ୟସ୍ତ ସ୍ୱାର୍ଥ ପଛେ ନର,

ମଙ୍ଗଳ ଗ୍ରହରେ ମାନବର ଯନ୍ତ୍ର

ନ ଜାଣେ ପଡୋଶୀ ଘର ।।

ବୃଦ୍ଧ ପିତା ମାତା ସେବା କରିବାକୁ

ଚାହାନ୍ତିନି ପୁଅ ବୋହୁ,

ନାରୀ ବସା ଆଜି ହୋଇଅଛି ନର

ସମାଜେ କଳହ ବହୁ ।।

କେତେ ଆସୁଛନ୍ତ କେତେ ଯାଉଛନ୍ତି

ଏହି ଧରଣୀ ମୋ କୋଳ,

ଚିରନ୍ତନ ଏଠି କିଛି ନୁହେଁ ଜାଣ

ଏହି ଅନୁଭୂତି ମୋର ।।



Rate this content
Log in

Similar oriya poem from Abstract