STORYMIRROR

Swarnalata Mohapatra None

Inspirational Others

3  

Swarnalata Mohapatra None

Inspirational Others

ମନଟିଏ

ମନଟିଏ

1 min
13.8K


ଘଡି ଘଡି ଝାଉଁଳି ପଡୁଥିବା

ଇଛା ମାନଙ୍କୁ ପାଣି ଛିଞ୍ଚି

ତଟକା ରଖିବା କ'ଣ ସହଜ?

ପାରିବ ତମେ?କଲ ଦେଖି..

ତୁମ ବିଦାୟ ବେଳାରେ

ଆଖି ନ ମିସେଇ ଚୁପଚାପ୍

ଫେରିଆସିବା,

ସହଜ ଥିଲା କି ,ନା..

ଛାଡ,

ତମେ ବୁଝି ପାରିନଥିବ କି??

ନିରୁଦ୍ଧିଷ୍ଟ ସ୍ଵପ୍ନକୁ ଖୋଜି ପାଇଲା ପରେ,

ଟିଣ ଟ୍ରଙ୍କ୍ ଭିତରେ ଡୋର ବାନ୍ଧି

ସାଇତି ଦେବା...ବାଧିବନି...

ପାରିବ ତମେ??ଚେଷ୍ଟା କଲ..

ତମେ ଛାଡ଼ି ଯାଇ ଥିବା

ମହଣେ ନୀରବତାକୁ

ଦୀର୍ଘ ଦିନ ଧରି କାନ୍ଧରେ ବୋହିବା

କଷ୍ଟ ହବନି??ଭାବିଛ ଥରେ??

ତମ ଛାତି ପକେଟର ଚାରି ଚୋଉତା

ରୁମାଲକୁ ପଚାରିଲ,

କାହା ଲାସକୁ କବର ଦେଇ

ତୁଠରେ ବୁଡ଼ ପକେଇ

ଗୋଟା ପଣେ ଭିଜିଛି??

"Swarnalata

mohapatra"

"Bhubaneswar"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swarnalata Mohapatra None

Similar oriya poem from Inspirational