STORYMIRROR

Swarnalata Mohapatra

Others

3  

Swarnalata Mohapatra

Others

ଠିକଣା

ଠିକଣା

1 min
13.4K


ତୁମେ ମୋର କିଏ ଯେ????

କେବେ ତ ଆଖି ଭରି ଦେଖି ନାହିଁ

ଭଲପାଏ ବୋଲି ମନ ଖୋଲି କହି ନାହିଁ

କାହିଁକି ତେବେ ମୋ ସମଗ୍ର ସତ୍ତାରେ ଭରିଯାଏ

ଅପୂର୍ବ ଆନନ୍ଦ ଚାରି ଆଡେ ତୁମରି ମହମହ ବାସ୍ନା

ସତରେ ତୁମେ ମୋ ବାସ୍ତବ ନା କଳ୍ପନା ।।

କେତେ ଯେ ମଉଳା ଗୋଲାପ ମୋ ଡାଏରୀ ରେ ସାଇତା ଗୋଲାପି କାଗଜରେ ଗଦାଗଦା ଚିଠି ଚାରି ଚଉତା

ପ୍ରେରକରେ ମୋ ନା ଗ୍ରାହକ ଯାଗାଟି ଶୂନ୍ୟ

କୁହ କେଉଁଠୁ ପାଇବି ତୁମ ଠିକଣା

ସତରେ ତୁମେ ମୋ ବାସ୍ତବ ନା କଳ୍ପନା ।।

କେବେ ତୁମେ ଭାଙ୍ଗି ଦିଅ ମୋ ଗାଢ ନୀରବତାକୁ

କେବେ ତୁମ ରୁକ୍ଷ ବାଣୀରେ ରୋକି ପାରେନା

ମୋ ଅଜସ୍ର କୋହକୁ

ବର୍ଷା ପରି କେବେ ବର୍ଷି ଯାଅ ତ

ନିଦାଘ ତାତିରେ ଦେଇ ଯାଅ

କୁଢ କୁଢ ଯାତନା

ସତରେ ତୁମେ ମୋ ବାସ୍ତବ ନା କଳ୍ପନା ।।।

ସ୍ୱର୍ଣ୍ଣଲତା ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swarnalata Mohapatra