STORYMIRROR

Lipirekha Mohapatra

Romance

2  

Lipirekha Mohapatra

Romance

ମେଘ ଛାଇ

ମେଘ ଛାଇ

1 min
14.3K



ଦିନ ଆସେ

ଦିନ ସରେ

ଫୁଲ ଫୁଟେ

ପୁଣି ଝରେ ...

ସର ନାହିଁ

ତମେ ସିନା

ଝରି ଯିବା ଆଗୁ

ଆଖିପତା ମୁଦେ l

ଆଖି କୋଣେ

କଜଳ ଗାରର ମେଘ

କେବେ ଦିଶେ ବହଳ ସେ

କେବେ କିଛି ନାହିଁ .......||


ତମେ ସେଇ

ମେଘ ଛାଇ

ଏବେ ଅଛ

ଏବେ ଯିଏ ନାହିଁ l

ଆଖି ନାଇଁ

କାନ ନାଇଁ

ବାଜିଗଲେ

ଦୋଷ ନାଇଁ ........

ପ୍ରେମ ଏକ

ମେଘରେ ବିଜୁଳି

ଉଜାଗରେ ଓଦା ହୁଏ

ଟିକେ ଭିଜେ ନାଇଁ l



( ଲିପିନା )


Rate this content
Log in

Similar oriya poem from Romance