STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ମାତୃଦେବ ଭବ

ମାତୃଦେବ ଭବ

1 min
138


ସୁଧାମୟ ମଧୁମୟ

ସେହି ଡାକ

ତାହାର ତୁଳନା ନାହିଁ

ସେ ନାମ ସ୍ମରିଲେ

ତ୍ରିଭୁବନ ସୁଖ 

ଅଚିରେ ପ୍ରାପତ ହୋଇ  ।।


ଥରେ ଡାକି ଦେଲେ

ସେ ନାମକୁ ଧରି 

ଅନେକ ଦୁଃଖ ଜ୍ଵାଳା

ଅପସରି ଯାଏ 

ମୁହୁର୍ତ୍ତ ଭିତରେ 

ଛୁଇଁ ନପାରଇ କାଳ ।।


ବେଦରେ ବର୍ଣ୍ଣିତ

ପ୍ରଥମ ଶବଦ

ସର୍ବ ଶ୍ରେଷ୍ଠ ସେହି ଶବ୍ଦ

ସର୍ବାଗ୍ରେ ପ୍ରାଧାନ୍ୟ

ବିସ୍ତାରି ଦେଇଛି

ଧନ୍ୟ ମାତୃଦେବ ଭବ  ।।


କିଏ ଡାକେ ମା 

କିଏ ଡାକେ ବୋଉ

ଅତି ଆପଣାର ଡାକ

ତା ପବିତ୍ର ପଦ

ରେଣୁ ସ୍ଵର୍ଗ ଧୂଳି

ହେଉ ଥାଉ ମୋ ପ୍ରାପତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational