STORYMIRROR

Ganesh Rauta

Inspirational

3  

Ganesh Rauta

Inspirational

ମାଆ

ମାଆ

1 min
247


ମୋର ଏନ୍ତୁଡ଼ିଶାଳର ରାହା

ଶୁଣି ଯେ ଦିନେ ହୋଇଥିଲା ଆନନ୍ଦିତ।

ସେହି ଦିନ ପରଠାରୁ ମୋ ଆଖିରେ 

ଲୁହ ଆସିଲେ ତା' ମନ ହୁଏ ବିଚଳିତ।।

ହାତରେ ଧରିକି ସେ ଛାଟ 

ଦେଖାଇଛି ମୋତେ ସେ ସୁଗମ୍ୟ ର ପଥ।

ଅବୁଝା ହୋଇ ଅଭିମାନ କଲେ 

ଶୁଣାଏ ସେ ନାନା ବାୟା ଗୀତ।।

ସିନ୍ଧୁ ଠାରୁ ଗଭୀର ତାର ସେନହ

ଅମ୍ବର ଠାରୁ ବିଶାଳ ହୃଦୟ।

ନାହିଁ ତା' ପାଖରେ ପାତର ଅନ୍ତର

ଫୁଲ ଠାରୁ କୋମଳ ହୃଦୟ।।

ନିଜେ ସବୁ ଦୁଃଖ ହୃଦେ ଚାପି ଦେଇ

ମୋ ମୁହଁରେ ମାଖିଛି ଅସରନ୍ତି ସୁଖ।

ଝୁଣ୍ଟିବା ଆଗରୁ ସେ ଧରିନିଏ କର

ତାହାରି ପୁରସ୍କାର ମୋ ପାଇଁ ଅମୂଲ୍ ମୂଲକ।।

ମୋହରି ଉପରେ ତାହାରି ରାଗ ,

ଅଭିମାନ ପାଣିରେ ଗାର।

ତାର ପଣତ କାନିରେ ଲୁଛି ରହିଥିଲେ 

ଦିବାକରର ବଳାକୁ ନ ଥାଏ ଡର।।

ପଛରୁ ଥରେ ଡାକିଦେଲେ ମୋତେ 

ସବୁ ଯାତ୍ରା ହୁଏ ଅନୁକୂଳ।

ମୋର ସବୁ ପରିଶ୍ରମ, କ୍ଲାନ୍ତର 

ଅନ୍ତ ହୋଇଯାଇଥାଏ ତାହାରି କୋଳ।।

ଆଖିର ଲୁହକୁ ଓଠେ ମାରିଦେଇ

ଗୁଞ୍ଜରିତ କରିଥାଏ ନିଃସୃତ ବାଣୀ।

ତାହାରି ବାଣୀରେ ମନ ମୋହିଯାଇ

ଫିକା ପଡ଼ିଯାଏ ମୋ ପାଇଁ ସୁନ୍ଦରୀ ତରୁଣୀ।।

ମା'ନାମ ଏମିତି ଏକ ମୋ ପାଇଁ ଶବ୍ଦ 

ସାରା ସଂସାର ମୋ ଆଗରେ ତୁଚ୍ଛ।

ମୋ ପାଇଁ ତାର ସ୍ନେହ ମମତା ସବୁଠାରୁ ଶ୍ରେଷ୍ଟ

ବାକି ସବୁ ମୋହ ମାୟା ମିଛ।।

ସବୁ ଜନମରେ ମୋ ନାଁ ଆଗରୁ

ତାହାରି ନାଁ ଯୋଡ଼ି ହୋଇଥାଉ।

ଏତିକି କରୁଣା ମୋତେ ନାରାୟଣ

ଯୁଗେ ଯୁଗେ ହୋଇଥାଉ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational