STORYMIRROR

Ganesh Rauta

Others

4  

Ganesh Rauta

Others

ତମାଖୁ ସେବନର ବାର୍ତ୍ତା

ତମାଖୁ ସେବନର ବାର୍ତ୍ତା

1 min
200

ରେ ବାୟାମନ ଜାଣି ଜାଣି ନିଜ ଗୋଡ଼

ରେ କାହିଁ ପକାଉ ନିଜେ କୁରାଢି କାତି।


ବେଳଥାଉ ସଚେତନ ନ ହୋଇବୁ ଯଦି

ଅଦିନରେ ସରିଯିବ ଶରୀର ରୂପକ ସମ୍ପତ୍ତି।


ସୁସ୍ଥ ସୁନ୍ଦର ଶରୀର ହୋଇବ ନାହଁ ତୋହର

ବାଇଦ ସାଙ୍ଗରେ ବସିବୁ ମଇତର।


କର୍କଟ ରୋଗର ସୃଷ୍ଟି ହୋଇଥାଏ

ତମାଖୁ ସେବନ ଦ୍ଵାରା ।


ଥରେ ଏହି ରୋଗ ଗ୍ରାସ କରିଗଲେ 

ଭଲ ହୁଏ ନାହିଁ ପରା ।


ତମାଖୁ କୁ ଯଦି କରିବୁ ଆପଣାର

କର୍କଟ,ହୃଦରୋଗ ପୀଡ଼ିତା ହୋଇବୁ ପାମର ।


ଗଞ୍ଜେଇ ଧୂଆଁ ସହିତ ବିଡି,ସିଗାରେଟ ର

ଧୂମ୍ରକୁ ଯଦି କରିବୁ ସେବନ ।


ଆୟୁ ଥିବ ତୋର ହେଲେ ଅକାଳରେ 

ବାନ୍ଧିନବ ତୋତେ ସେ କାଳ ରୁପି ଯମ ।


ତମାଖୁ ସେବନ କରେ ଅର୍ଥ ହାନି 

ଫୁସଫୁସ୍ କୁ କରିଦିଏ ଦମନ ।


ପୁତ୍ର ଭାରିଯା କୁ ଦାଣ୍ଡରେ ବସାଇ

କରିଦିଏ ବହୁ ହୀନିମାନ ।


ଧନ,ରତ୍ନ,ଜମି ବାଡ଼ି ସବୁ ବିକ୍ରି କରି

ତୋର ଚିକିତ୍ସାଳୟରେ ସାରିଦେବୁ ।


ତଥାପି ଏ ବ୍ୟାଧି ତୋର ଛାଇ ପରି ଥିବ

ତୋତେ ନ ନେବା ପର୍ଯ୍ୟନ୍ତ ଏ ଭବୁ ।


ଶେଷ ରେ ଛ ' ଖଣ୍ଡ କାଠରେ 

ତିଆରି ହେବ କୋକେଇ ।


ମାଟିର ଶରୀର ମାଟି ହୋଇଯିବ

ରଖି ପାରିବନି ତୋତେ କେହି ।


ରେ ବାୟାମନ ଜୀବନ ରେ ଆଉ 

କରନାହିଁ ତମାଖୁ ସେବନ ।


ତମାଖୁ ସେବନ ନକରିଲେ ଆଉ

କର୍କଟ ରୋଗର ରହିବ ନାହିଁ ଚିହ୍ନବର୍ଣ୍ଣ ।


Rate this content
Log in