Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Swagatika Tulo

Abstract

2  

Swagatika Tulo

Abstract

ଲୁହ

ଲୁହ

1 min
6.7K


ମୋ ଆଖିରେ ରହିଛି

     ତୋର ଚଟିଘର,

ନ ଭାବୁ କାହାକୁ ତୁହି

    ପର ଆପଣାର ।

ଅଜାଣତେ କେବେ

     ଆସିଯାଉ ତୁହି,

କେବେ ଆସୁ ପୁଣି

     ନ ବୁଝି ନ କହି ।

ଅମୂଲ ମୂଲ ତୋ ପୁଣି

    ନାହିଁ ତୋର ମୂଲ,

କା' ସାଥେ କରିବି

    ତୋତେ ମୁହିଁ ତୁଲ ?

ତୁ ଆସିଲେ ଖସି

    ମନ ମୋ ହାଲୁକା,

ସତେ କି ଯେମିତି

   ମୁଁ ତୋର ପ୍ରେମିକା।

କେବେ ପଣତରେ

    ତୋତେ ମୁଁ ଆଦରେ,

ଓଠ ମୋର ଚୁପିଚୁପି

    ଆଲିଙ୍ଗନ କରେ ।

ତୋତେ କରୁଥାଏ ମୁଁ ଯେ

      ସାଦରେ ଗ୍ରହଣ,

ଜୀବନ ସଞ୍ଚାରେ ଅବା

      ଆସୁ କି ମରଣ ।

ରହିଛୁ ମୋ ସାଥେ ସଦା 

        ରହିଥା ଏମିତି,

"ଆଖି ଲୁହ " ତୁହି ମୋର

     ଜୀବନ ସମ୍ପତ୍ତି । 

ସ୍ବାଗତିକା ତୁଳ

ନାରାୟଣ ପାଟଣା

କୋରାପୁଟ


Rate this content
Log in

More oriya poem from Swagatika Tulo