Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Inspirational Others

4  

ABADHOOT PANDA

Inspirational Others

କଥାର ମହକ

କଥାର ମହକ

1 min
292


ଆଜିର କଥା ନଥାଏ କାଲିକି

କାଲିର କଥା ନଥାଏ ଆଜିକି l


ଜିଭ ଏକ ବଡ଼ ଅନର୍ଥ ବୀଜ

ଭଲ କୁ କରେ ଭେଲ ଚିଜ l


ସ୍ୱାଦ ସିନା ବାରେ ଜିଭ

ନରଖେ ବାକ୍ୟର ତ ଓଜ l


ସଂସାରରେ କଥାର ଗୁଣ

ଭଲ ମନ୍ଦର କରେ ଭିଆଣ l


ମିତ୍ର ଶତ୍ରୁ କରାଇ ସୃଷ୍ଟି ସେ

ଘର ଭାଙ୍ଗେ ଗଢ଼େ ସଦା ସେ l


ସାଧୁକୁ କରେ ଭଣ୍ଡ ସଇତାନ

ଭଣ୍ଡକୁ ଦିଏ ସାମାଜିକ ଓଜନ l


ଦୁନିଆଁଟା କଥାହାତ ମୁଠାରେ

ମଧୁର ବଚନ ତିଳକ ସରୁରେ l


ଖଳ ଲୋକର ବାଗେଇ କଥା

ସ୍ୱାର୍ଥ ପୁରଣେ ନାହିଁ ମୁଣ୍ଡ ବଥା l


ଭାଟ ନଟ ପୋଷନ୍ତି ପେଟ

କଥା କହି ଭଲ କରନ୍ତି ନାଟ l


ସଂସାରଟା ବାବୁ କଥାଗୋଲାମ

ରଚଇ ସଦା ଦୁଃଖ ସୁଖର ଧାମ l


କଥାର ମହକ ଜାଣଇ ଯିଏ

ସଂସାରେ ନିର୍ଦ୍ୱନ୍ଦେ ପୂଜିତ ସିଏ l


କଥାକୁ କବି ଲେଖକ କାଗଜେ

ଢାଳି ପୂଜା ପାନ୍ତି ନିଜ ମଗଜେ l


କଥାକୁ କହି ଜାଣିଲେ ସୁନ୍ଦର

ଧଳାକୁ କଳା କରିହୁଏ ସତ୍ୱର l


ବାକ୍ ଶକ୍ତିର ମହିମା ଅପାର

ବିଶ୍ୱ ଘଟ ସୁତର ଅତି ପ୍ରଖର l


କଥାରେ ଯୋଡ଼ିଲେ ମିଠା ନଥା

ରହେନା କିଛି ବାକି ତ ଅଯଥା l


ବାନ୍ଧିଛି ସାରା ବିଶ୍ୱକୁ କଥା ସୁତା

ଦୁର୍ମୁଲ୍ୟ ଶବ୍ଦ ବ୍ରହ୍ମସୂତ୍ର ସଳିତା l


ଶବ୍ଦବ୍ରହ୍ମର ଦ୍ୟୋତକ ରୂପୀ ଜିହ୍ୱା

ମାନବକୁ କରଇ ସେତ କିମିଆ l


ସଂସାର ଧାରକ ଅଟଇ ଜିହ୍ୱା

କଥା କାରିଗର ବିଷ ସୁଧା ପିଆ l


ମିଠା କଥା ମାନବ ଗୁଣର ସାର

କଟୁ କଥା କରିଥାଏ ସମ୍ପର୍କ ଖାର l


ହେ ଜିହ୍ୱା ଶବ୍ଦ ବ୍ରହ୍ମ କୋଟି ଜୁହାର

ସୁଦୃଷ୍ଟି ଢାଳି ତୁମ ସମାଜ କର ସ୍ଥିର l

*************∞************

     


Rate this content
Log in

Similar oriya poem from Inspirational