କଥା ରହିଲା ମୋ ମଗୁଶୁରକୁ
କଥା ରହିଲା ମୋ ମଗୁଶୁରକୁ
ମୁଁ ଯେ ଏକ ଅଳସୀକନ୍ଯା
ଆଖିରେ ମୋ ସ୍ବପ୍ନିଳ ଜୁଆର
ମନରେ ଅସରନ୍ତି ଉଲ୍ଲାସଭରା
ଅପଲକ ନୟନେ ମନମନ୍ଦିରର
ନିବୃତ କଠୋରୀର ରୁଦ୍ଧ ଦୁଆର
ଖୋଲି ଚାହିଁ ବସଛି ଉଜାଣି
ଯମୁନାର ଢେଉରେ ଆସିବ
କେବେ କୁହ କଥା ଦେଇ
ଯାଇ ଥିଲ ତୁମେ ଫେରି
ଆସିବ ମଗୁଶୁରକୁ
ଦିନ ତ ଯାଉଛି ଗଡି
ସମୟର ଚକରେ ଵସି ସ୍ମୃତିକୁ
ଆହୁଲା କରି ଯାଉଅଛି
ଭାସି ତୁମ ଚଲାପଥକୁ ଚାତକ
ପରି ରହିଛି ଚାହିଁ କେବେ
ଆସି ଫେରି ମନମନ୍ଦିରେ
ସ୍ମୃତି ର ତାଜମହଲ ରଖିଛି
ଗଢି
କେବେ ଆସିବ ଫେରି
ମରୁତ ହାତରେ ସନ୍ଦେଶ
ଦେଇଛି ଛାଡି, ମୋରି ହୃଦୟ ର
ଭାଷାକୁ ଛାଡି
ଫେରିଆସ ସଅଳ
ଆଉ କରନା ଆଉ ଡେରି
ଚୁପି ଚୁପି କଥା କହି
ଦିଅ ମନ ଭରି ।