Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational Others

3  

Ajit Kumar Raut

Inspirational Others

କର୍ତ୍ତବ୍ୟ ପଥରେ ରହିବା ଆଗୁଆ

କର୍ତ୍ତବ୍ୟ ପଥରେ ରହିବା ଆଗୁଆ

1 min
157



ଜ୍ଞାନ ନାହିଁ ଯେବେ ଜନ୍ମ ମୃତ୍ୟୁ କଥା


କିମ୍ପା ତାହା ପାଇଁ ଚିନ୍ତା,


କର୍ମୀକ ହୋଇଣ କର୍ମ ହିଁ କରିବା


କରିବା ତାହାରି ଚିନ୍ତା।୧।


ଆସୁ ଯେତେ ଏଠି ବାଧା ବିଘ୍ନ କଥା


ଡ଼ରିବା ନାହିଁ କେଭେଁ,


ମନ ପ୍ରାଣ ଦେଇ ଦୂର ହିଁ କରିବା


ଅସମ୍ଭବ ନୂହେଁ କେଭେଁ।୨।


ନିସ୍ବାର୍ଥୀ ହୋଇଣ କର୍ମ କରୁ ଥିବା


ସତ୍ୟପଥେ ରହି ସଦା,


ଧର୍ମପରାୟଣ ହୋଇଣ ଧରାରେ


କର୍ମୀକ ହୋଇବା ସଦା।୩।


କରୋନା ରୋଗଟି ଘାତକ ହିଁ ଥିଲା


ଦୂର ହେଉ ଅଛି ଏବେ,


ଏକତ୍ରିତ ହୋଇ ଉପାୟ କରୁଛେ


ବିଜୟୀ ମିଳୁଛି ଏବେ।୪।


ହାହାକାର ରାବ୍ ଘୁଞ୍ଚି ଗଲା ଏବେ


କରୋନାର ନାହିଁ ଭୟ,


ରୋଦନର ରାବ୍ ଶୁଭୁ ନାହିଁ ଆଉ


ହୁଅନ୍ତି ସର୍ବୈ ନିର୍ଭୟ।୫।


ଜନକଲ୍ୟାଣରେ ଆଗୁଆ ହୋଇଲେ


କଷ୍ଟ ହେଉ ଅଛି ଦୂର,


ଏକତ୍ରିତ ହୋଇ କର୍ମ କରୁ ଅଛେ


ସମସ୍ୟା ହେଉଛି ଦୂର।୬।


କୃପାସିନ୍ଧୁଙ୍କର କୃପା ହିଁ ପଡ଼ିଲା


ମହାମାରୀ ହୁଏ ଦୂର,


ନିସ୍ବାର୍ଥ କର୍ତ୍ତବ୍ୟ କାର୍ଯ୍ୟକାରୀ ହୁଏ


କରୋନା ହେଉଛି ଦୂର।୭।


ଜ୍ଞାନ ନାହିଁ ଯେବେ ଜନ୍ମ ମୃତ୍ୟୁ କଥା


କିମ୍ପା ତାହା ପାଇଁ ଚିନ୍ତା,


କର୍ମୀକ ହୋଇଣ କର୍ମ ହିଁ କରିବା


କରିବା ତାହାରି ଚିନ୍ତା।୮।


Rate this content
Log in

Similar oriya poem from Inspirational