କର୍ମ
କର୍ମ
ବିଶ୍ବବ୍ରହ୍ମାଣ୍ଡର ନାୟକ ଈଶ୍ବର,ତାଙ୍କର ଲୀଳା ଅଦ୍ଭୁତ,
ସଜୀବ-ନିର୍ଜୀବ-ଉଦ୍ଭିଦ ଜଗତ,ସଭିଏଁ ତାଙ୍କଠୁ ସୃଷ୍ଟ ।
ସଜୀବ ମଧ୍ୟରେ ନର-ପଶୁ-ପକ୍ଷୀ,ହୋଇଛନ୍ତି ଯେ ଉତ୍ପତ୍ତି ।
ମନୁଷ୍ୟ ଅଟଲ ସର୍ବଶ୍ରେଷ୍ଠ ପ୍ରାଣୀ, ଈଶଙ୍କ ବିଚିତ୍ର ନୀତି |
ଜୀବନ-ଜୀବିକା ଧାରଣ ନିମନ୍ତେ, ଦେଇଛନ୍ତି ପ୍ରଭୁ କର୍ମ ।
ଜୀବର ଧରମ ସ୍ବକର୍ମ କରିବା,ଅଟେ ଧାତାଙ୍କ ନିୟମ ।
କର୍ମ ଅନୁସାରେ ଫଳିଥାଏ ଫଳ, ବିଧୂର ଏହା ବିଧାନ ।
ସ୍ରଷ୍ଟାଙ୍କ ବିଧୂକୁ କେହି ତ କଦାପି,କରି ନ ପାରିବ ଆନ ।
କର୍ମ ହିଳା କେହି ନପାରେ ତ ବର୍ଷା, କର୍ମ ହିଁ ମାନବ ଧର୍ମ ।
ସ୍ବଧର୍ମ ପାଳନେ ମିଳଇ ସମ୍ମାନ, ପର୍ବଶାସ୍କୁର ଏ ମର୍ମ ।
ସୂର୍ଯ୍ୟ-ଚନ୍ଦ୍ର-ତାରା-ଗ୍ରହ-ନକ୍ଷତ୍ରାଫି,ସୁକର୍ମେ ଥାନ୍ତି ତତ୍ପର।
ଯଥା ସମୟରେ ଦିଅନ୍ତି ଆଲୋକ,କର୍ତ୍ତବ୍ୟ ପାଳି ନିଜର ।
ମେଘ ଦ୍ବାରା ସୃଷ୍ଟି କରେ ଜଳଦାନ,କାୟୁ ବହେ ଅନୁକ୍ଷଣ ।
ପିପୀଲିକ ଠାରୁ ମୃଗେନ୍ଦ୍ର ପର୍ଯ୍ୟନ୍ତ, ସର୍ବେ କର୍ମର ଅଧୀନ ।
କଷ୍ଟ କଲେ କୃଷ୍ଣ ମିଳନ୍ତି ଅବଶ୍ୟ ଏହାଦ ସତ୍ୟ ବଚନ ।
ବସି ଖାଇଲେ ଯେ ସରେ ନଈବାଲି, ଧନୀ ହୁଅଇ ନିର୍ଜନ ।
ଅକର୍ମା ସର୍ବଦା ନିନ୍ଦଲ ଭୂମିକୁ,ବେଲେ ଜମି ଅନୁର୍ବର ।
ଆଳସ୍ୟପଣରେ ଦିନ କାଟୁଥାଏ, କହେ ସେ କଥା ଚିହର ।
ଅଳସୁଆ ବ୍ୟକ୍ତି ଭୋଗୁଥାଏ ଦୁଃଖ,ଭାଗ୍ୟକୁ କରିଣ ନିନ୍ଦା ।
ବାକ୍ୟବୀର ହୋଇ ବିତାଏ ସମୟନ କରି ଯେ କାମଧନ୍ଦା ।
କର୍ମ ହିଁ ଈଶ୍ବର କର୍ମ ଅଟେ ଧର୍ମ, ଏହା ଯେ କରେ ସ୍ମରଣ ।
ମଣିଷ ମରେ ସେହି ଏକା ସିନା,ହୋଇଥାଏ ଭାଗ୍ୟବାନ ।
କାର୍ଯ୍ୟର ଆରମ୍ଭରୁ ବିଘ୍ନ ହେବ ଜାଣି,ଯେ ବ୍ୟକ୍ତି ନ କରେ କର୍ମ ।
ଅପାରଗ ବୋଲି କହନ୍ତି ତାହାକୁ, ସେ ଅଟେ ନର ଅଧମ ।
ଭୀରୁ ପରି ହୋଇ କାର୍ଯ୍ୟର ଅଧରୁ,ଛାଡିବାରେ ଯେଉଁ ନର ।
ନିଜମାଟା ବୋଲି କହନ୍ତି ତାହାକୁ ମଣିଷ ମଧ୍ୟ ଅସାର |
ଯେତେ ବାଧାବିଘ୍ନ ହେଲେ ସମ୍ମୁଖୀନ, ନ ଛାଡେ ତା'ର ଉଦ୍ୟମ।
ଘୃଣାର ପାତ୍ର ଯେ ହୁଏ ସେହି ବ୍ୟକ୍ତି,କରେ ଯଦି ସେ କୁକର୍ମ ।
ଗୀତା-ଅଷ୍ଟାଦଶ ଅଧ୍ୟାୟ ମଧ୍ୟରେ,ତିନି ଯୋଗ ଅଟେ ଶ୍ରେଷ୍ଠ ।
କର୍ମ-ଜ୍ଞାନ ଓ ଭକ୍ତିଯୋଗ ମଧ୍ୟରୁ, କର୍ମଯୋଗ ଯେ ପ୍ରଶସ୍ତ ।
ଅନେକ ଜନ୍ମର କୃତକର୍ମ ଫଳ, ୟେ ହୁଏ ଗଚ୍ଛିତ ।
ବଞ୍ଚିଥିବା ଯାଏ ଭୋଗ କର୍ମଫଳ, ଏହି ତ ସାର ମରମ ।
ଏହିଳନ୍ମେ ନର ଯେଉଁ କର୍ମକରେ, ତାହା ଅଟେ କ୍ରିୟମଣ ।
ପରଜନ୍ମରେ ସେ ଅବଶ୍ୟ ଭୋଗିବ କୃତକର୍ମ ଫଳମାନ ।
ଅନୁଚିତ କର୍ମ ବଳୟ ତାହା, ପ୍ରାଣ ଯଦି ଯାଏଡାଲି ।
କର୍ତ୍ତବ୍ୟ କର୍ମଟି ପଦା କରଣୀୟ ନ ଯାଅ ତ କେବେ ଭୁଲି |
ଅଦମ୍ୟ ଚେଷ୍ଟାରେ ହୁଏ କୃତକାର୍ଯ୍ୟ ସେହି ଏକା ନରୋତ୍ତମ ।
ଶ୍ରଦ୍ଧାଭାଜନର ଅଧିକାରୀ ହୁଏ,କରିଲେ ନର ସୁକର୍ମ ।
ବିବିଧ ଦର୍ଶନ ଶାସ୍ତ୍ର ଅନୁସାରେ କର୍ମ ଅଟେ ବହୁବିଧ ।
କର୍ମର ସଜ୍ଞା ଓ ଲକ୍ଷଣକୁ ଜାଣି,କରିଥାନ୍ତି କାର୍ଯ୍ୟ ଦୁଧ ।
ପୁରାଣେ ତ୍ରିବିଧ କର୍ମର ଲକ୍ଷଣ କରାଯାଉଛି ବର୍ତ୍ତନ ।
ସଂଞ୍ଚିତ-ପ୍ରାରତ୍ନ ପୁଣି ତା ସହିତ, ରହିଅଛି କ୍ରିୟମାଣ, ।
ସଞ୍ଚିତ କର୍ମର ଫଳକୁ ଏ ଜନ୍ମେ, ପ୍ରାରବ୍ଧ ରୂପରେ ପ୍ରାପ୍ତ ।
ପୂର୍ବଜନ୍ମ କୃତକର୍ମର ଫଳ ଯେ, ଅଟଇ ପ୍ରାରମ୍ଭ କର୍ମ ।
କର୍ମେ ମାନବର ଥାଏ ଅଧୁକାର,ଫଳେ ଆଶା ନାହିଁ ଯାର ।
କର୍ମ ଅନୁସାରେ ମିଳିଥାଏ ଫଳ, ଏହା ଅଟେ ସତ୍ୟ ଶିର ।
