STORYMIRROR

Kishore Panda

Inspirational

3  

Kishore Panda

Inspirational

କୋଣାର୍କ

କୋଣାର୍କ

1 min
13.7K


ତୁମେ ଦେଖ ଯହିଁ 

ଭଗ୍ନ ଶିଳାରେ ନଗ୍ନ ନର୍ତ୍ତକୀ ରୂପ

ମଧୁର ଲଗ୍ନରେ ମଗ୍ନ ହେଇକି

ଚମତ୍କୃତ ହୁଅ, ପୁଲକିତ ହୁଅ

ହରେଇ ମନସ୍ତାପ ।

ମୁଁ ଦେଖେ ତହିଁ

ପଥର ଦେହରେ ଲୋହିତ ଶୋଣିତ ଧାର

ଶିଳ୍ପୀ କୁଳର ଦୀର୍ଘ ନିଃଶ୍ଵାସ

ଛାତିକୁ ଥରାଏ, ମନ କୁହୁଳାଏ

ନିଃଶ୍ୱାସ ରୋକେ ମୋର ।।୧।।

 ତୁମେ ଶୁଣୁଥାଅ

ଛିନ୍ନ ବୀଣାର ଭିନ୍ନ ଗୀତିକା ସୁର

ଚାରୁ ନର୍ତ୍ତକୀର ଅପୂର୍ଵ ଠାଣିରେ

ସମ୍ମୋହିତ ହୋଇ, ଉନ୍ମାଦିତ ହୋଇ

ତାଳେ ତାଳେ ନୃତ୍ୟକର ।

ମୋତେ କିଏ କୁହେ

କାନ ଡେରି ଥାଅ ଚନ୍ଦ୍ରଭାଗାର କୂଳେ,

ଜୁଆର ଢେଉର କୋଳାହଳ ଭେଦୀ

ଭୁସ୍ କି ଶୁଭୁଛି, ବାଳ ଧର୍ମପଦ

ପାଣିକୁ ଡେଇଁଲା କାଳେ ।।୨।।

 ତୁମେ ଗାଉଥାଅ

ରାଜାର ମହିମା ବିଶ୍ୱ ଜନତା ଆଗେ

କଳାର ଡିଣ୍ଡିମ ପିଟୁଥାଅ ସିନା

କଳାକାର ପାଇଁ ଶବ୍ଦ ନାହିଁ ତୁମ

ପ୍ରଶଂସା ନାହିଁ ତା ଭାଗ୍ୟେ ।

ମୁଁ ଚାହୁଁଥାଏ 

ଗାଇବାକୁ ସେଇ ଶିଳ୍ପୀର ମନ ନେଇ

ଶତ ଧର୍ମପଦ ପ୍ରାଣ ପାତେ ଆଜି

ନିୟୁତ ନିହାଣେ ଅୟୁତ କୋଣାର୍କ

ଆଉଥରେ ଉଠୁ ଚେଇଁ ।।୩।।

 *କିଶୋର ପଣ୍ଡା*

*ବାଲିକୁଦା,ଜଗତସିଂହପୁର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kishore Panda

Similar oriya poem from Inspirational